fbpx

ରିପୋର୍ଟିଂ ପାଇଁ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କଲେ ସାମ୍ୱାଦିକ!; FIRକୁ ନେଇ ଆପତ୍ତି ଆଣିଲା PIB

ନୂଆଦିଲ୍ଲୀ: ପଶ୍ଚିମ ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାରେ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯିବା ଅଭିଯୋଗରେ ଦୁଇ ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନେଇ ଆପତ୍ତି ଉଠାଇଛି ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆ । ଏହି ଦୁଇ ସାମ୍ବାଦିକଙ୍କ ବିରୋଧରେ ହୋଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ବିବୃତିରେ ଦାବି କରାଯାଇଛି । ହେଲେ ଏହି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଜୁଲାଇ ୪ ତାରିଖ ରାତିରେ ଫିରୋଜ କୁରେଶୀଙ୍କ ମୃତ୍ୟୁ ଘଟଣାରେ ଦୁଇ ସାମ୍ବାଦିକଙ୍କ ସମେତ ୫ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ପୋଲିସ କହିଛି ଯେ ‘ଏହା ଏକ ପାରସ୍ପରିକ ବିବାଦ ଥିଲା । ଫିରୋଜ ନିଶାସକ୍ତ ଅବସ୍ଥାରେ ରାଜେନ୍ଦ୍ରଙ୍କ ଘରେ ପଶିଥିଲେ ଏବଂ ଏହାପରେ ଉଭୟ ପକ୍ଷ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଏପରି ଘଟଣା ଘଟିଥିବା ନେଇ କୁହାଯାଇଛି ।

ସାମ୍ବାଦିକ ଜାକିର ଅଲ୍ଲୀ ତ୍ୟାଗୀ ଏବଂ ୱାସିମ ଆକ୍ରମ ତ୍ୟାଗୀ ଏହି ଘଟଣା ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଜାକିର ଅଲ୍ଲୀ ତ୍ୟାଗୀ ଲେଖିଛନ୍ତି, ‘ଶାମଲି ପୋଲିସ ମୋ ବିରୋଧରେ ଏକ ଲିଞ୍ଚିଂ ମାମଲା ରୁଜୁ କରିଛି, ଏହା ପ୍ରଥମ ଥର ନୁହେଁ । ମୋ ରିପୋର୍ଟିଂ ପାଇଁ ଅତୀତରେ ମୋ ଉପରେ ୫ ଥର ଆକ୍ରମଣ ହୋଇଛି, କିନ୍ତୁ ନିକଟରେ ମୋ ବିରୋଧରେ ହୋଇଥିବା ଏଫଆଇଆର ଅନ୍ୟ ସାମ୍ବାଦିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ତେବେ ସଠିକ୍ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ।

 

 

Get real time updates directly on you device, subscribe now.