fbpx

ମର୍ଣ୍ଣିଂୱାର୍କ ବେଳେ ଏଡିଜେଙ୍କୁ ହତ୍ୟା, ସାମ୍ନାକୁ ଆସିଲା ଭିଡିଓ

ଧନବାଦ: ଝାଡ଼ଖଣ୍ଡର ଧନବାଦରେ ମର୍ଣ୍ଣିଂୱାର୍କ ପାଇଁ ବାହାରିଥିବା ଜଜ୍ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇଛି । କିନ୍ତୁ ଏବେ ମୃତ୍ୟୁର ସିସିଟିଭ ଫୁଟେଜ ସାମ୍ନାକୁ ଆସିଛି, ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ଅଟୋଟି ଜାଣିଶୁଣି ଧକ୍କା କରିଛି । ପୂର୍ବ ବିଧାୟକଙ୍କ ସମ୍ପର୍କୀୟ ସଞ୍ଜୟ ହତ୍ୟାକାଣ୍ଡ ଭଳି ଅନେକ ମହତ୍ୱପୂର୍ଣ୍ଣ ମାମଲାର ଣୁଣାଣି କରୁଥିବା ଜଜଙ୍କ ମୃତ୍ୟୁକୁ ହତ୍ୟା ମାନି ପୋଲିସ ଯାଞ୍ଚ କରିଛି । ପୋଲିସ ଅଧିକାରୀମାନେ ଖୁବଶୀଘ୍ର ଏହି ମାମଲାର ତଦନ୍ତ କରି ଅପରାଧୀଙ୍କୁ ଦଣ୍ଡ ଦେବେ କହିଛନ୍ତି । ଅନ୍ୟପଟେ ବିଧାୟକ ଏହି ମାମଲରେ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି ।

ତେବେ ଧନବାଦର ଜିଲ୍ଲା ଜଜ ଉତ୍ତମ ଆନନ୍ଦ ବୁଧବାର ସକାଳେ ମର୍ଣ୍ଣିଂୱାର୍କ ପାଇଁ ବାହାରିଥିଲେ । ସେହି ସମୟରେ ରଣଧୀର ବର୍ମୀ ଛକ ପାଖାପାଖି ଗୋଟିଏ ଅଟୋ ତାଙ୍କୁ ଧକ୍କା ଦେଇଥିଲା । ଧକ୍କାରେ ଜଜଙ୍କ ମୃତ୍ୟୁ ହୋଇଥିବା ଘଟଣା ସିସିଟିଭିରେ କଏଦ ହୋଇଛି । ଭିଡିଓରୁ ଦେଖିଲେ ଲାଗୁଛି ଯେ, ଅଟୋଟି ଜାଣିଶୁଣି ଜଜଙ୍କୁ ଧକ୍କା ମାରି ହତ୍ୟା କରିଛି । ଏନେଇ ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛି ।

Get real time updates directly on you device, subscribe now.