fbpx

ଜୁହିଙ୍କୁ ସମାଲୋଚନା କଲେ ଦିଲ୍ଲୀ ହାଇକୋର୍ଟ; ଜାଣନ୍ତୁ କାହିଁକି

Advertisement

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ସମାଲୋଚନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ପୂର୍ବରୁ କୋର୍ଟଙ୍କ ପକ୍ଷରୁ ଜୁହିଙ୍କ ଉପରେ ଲଗାଯାଇଥିବା ଫାଇନ ପ୍ରଦାନ କରୁନଥିବାରୁ କୋର୍ଟ ଜୁହିଙ୍କୁ ସମାଲୋଚନା କରିଛନ୍ତି । ଦେଶରେ ୫-ଜି ଟେକ୍ନୋଲୋଜିକୁ ବିରୋଧ କରି ଜୁହି ମାମଲା ରୁଜୁ କରିଥିଲେ । ଅଯଥାରେ କୋର୍ଟଙ୍ପକ ସମୟ ନଷ୍ଟ କରୁଥିବା କହିବା ସହିତ କୋର୍ଟ ୨୦ ଲକ୍ଷ ଟଙ୍କାର ଅର୍ଥଦଣ୍ଡ ପ୍ରଦାନ କରିଥିଲେ ।

ଜୁହିଙ୍କୁ ଅର୍ଥଦଣ୍ଡ ପ୍ରଦାନ କରାଯିବା ସହିତ ଏହାକୁ ଦାଖଲ କରିବା ପାଇଁ ଏକ ସପ୍ତାହର ସମୟ ମଧ୍ୟ ଦେଇଥିଲେ କୋର୍ଟ । ବୁଧବାର କୋର୍ଟ ଜୁହିଙ୍କୁ ସମାଲୋଚନା କରିଛନ୍ତି । ପେନାଲ୍ଟିରୁ ଛାଡ ପାଇବା ପାଇଁ ଜୁହିଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ ମଧ୍ୟ କରିଛନ୍ତି । ଏହା ସହିତ ଜୁହିଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନକୁ ନେଇ କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

Get real time updates directly on you device, subscribe now.