fbpx

OSSC ପକ୍ଷରୁ ବିଜ୍ଞପ୍ତି: ଜୁନିୟର ଆସିଷ୍ଟାଣ୍ଟ, ଅଡିଟର ଓ GST ଅଫିସର ପ୍ରିଲିମିନାରୀ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ମାର୍ଚ୍ଚ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜୁନିୟର ଆସିଷ୍ଟାଣ୍ଟ, ଅଡିଟର, ଆସିଷ୍ଟାଣ୍ଟ ସିଟି ଓ ଜିଏସଟି ଅଫିସର, କୋଅପରେଟିଭ୍ ସୋସାଇଟିଜ୍ ଇନ୍ସପେକ୍ଟର ପଦର ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା, ୨୦୨୪ର ପ୍ରିମିଲିନାରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର ମାସ ୬ ତାରିଖ (ରବିବାର) ଦିନ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଓଏମଅରା ମୋଡ଼ରେ ଗୋଟିଏ ଶିଟିଂରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚିତ କରାଯାଇଛି ।

ଏହି ସମସ୍ତ ପଦ ପାଇଁ ଗତ ଏପ୍ରିଲ ମାସ ୫ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇ ମେ ୨ରେ ସମାପ୍ତ ହୋଇଥିଲା । ଅନଲାଇନ୍ ଆପ୍ଲିକେସନ ସବମିସନ୍ ପାଇଁ ଅନ୍ତିମ ତାରିଖ ମେ ୫ ରହିଥିବା ବେଳେ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ ପାଇଁ ମେ ୧୭ ଶେଷ ତାରିଖ ରହିଥିଲା । ପ୍ରାର୍ଥୀଙ୍କୁ ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ନିଯୁକ୍ତି ଦିଆଯିବ । ରାଜ୍ୟ ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ, ଏଣ୍ଡୋମେଣ୍ଟ ଆୟୋଗ, ଜଳ ସମ୍ପଦ ଆଦି ବିଭାଗରେ ପଦ ପୂରଣ ହେବ ।

ପ୍ରଥମେ ୫୮୬ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପରେ ଏହି ପଦ ସଂଖ୍ୟା ୫୯୫କୁ ବୃଦ୍ଧି ପାଇଥିଲା । ଏନେଇ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଥିଲା । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହଥିଲା । ଏଥିସହିତ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିଲା ।

Get real time updates directly on you device, subscribe now.