ଡାକ୍ତରାଣୀଙ୍କ ଉପରେ ପଡିଲା ଡାକ୍ତରଙ୍କ ଲୋଲୁପ ଦୃଷ୍ଟି, ହତ୍ୟା ଧମକ ଦେଇ ହଷ୍ଟେଲରେ କଲେ ଦୁଷ୍କର୍ମ
ମଧ୍ୟପ୍ରଦେଶର ଗ୍ୱାଲିଅରରେ ଡାକ୍ତରାଣୀକୁ ଦୁଷ୍କର୍ମ । ପୋଲିସରେ ମାମଲା ।
ନୂଆଦିଲ୍ଲୀ: ଯୌନ ଲାଳଶା ପୂରଣ କରିବା ପାଇଁ ନିମ୍ନ ସ୍ତରକୁ ଚାଲିଯାଉଛି ମଣିଷ । ବଢି ଚାଲିଛି ଦୁଷ୍କର୍ମ ମାମଲା । ମଧ୍ୟପ୍ରଦେଶର ଗ୍ୱାଲିଅର ମେଡିକାଲ କଲେଜର ବଏଜ ହଷ୍ଟେଲରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଜଣେ ଡାକ୍ତରାଣୀଙ୍କୁ ହଷ୍ଚେଲକୁ ଡାକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଡାକ୍ତରାଣୀ ଜଣକ ବ୍ୟାକ ପରୀକ୍ଷା ଦେବା ପାଇଁ ଯାଇଥିବା ବେଳେ ସାଥି ଡାକ୍ତର ତାଙ୍କୁ ହଷ୍ଟେଲକୁ ଡାକି ନେଇଥିଲେ । ସେ ହଷ୍ଟେଲକୁ ଯିବା ପରେ ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲେ । ଏଥିରେ ଡାକ୍ତରାଣୀ ସହମତି ନହେବାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ଦୁଷ୍କର୍ମ କରିଥିଲେ । ଏହାପରେ ସାଥି ଡାକ୍ତର ଜଣକ ତାଙ୍କୁ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଏହାପରେ ଡାକ୍ତରାଣୀ ଜଣକ କମ୍ପୁ ପୋଲିସ ଥାନାରେ ଯାଇ ଅଭିଯୋଗ କରିଥିଲେ । ସେ ଅଭିଯୋଗ ପତ୍ରରେ ଲେଖିଥିଲେ ଯେ, ଏମବିବିଏସ ପରୀକ୍ଷାରେ ମୋର ଗୋଟିଏ ପେପର ବ୍ୟାକ ଲାଗିଥିଲା । ତେଣୁ ମୁଁ ପରୀକ୍ଷା ଦେବା ପାଇଁ ଗ୍ବାଲିୟର ଆସିଥିଲି ।
ତେବେ ପରୀକ୍ଷା ଶେଷ ହେବା ପରେ ମୋର ଜଣେ ସାଥି ଡାକ୍ତର ମୋତେ ଡାକି ହଷ୍ଟେଲକୁ ନେଇଥିଲେ । ହତ୍ୟା ଧମକ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦର୍ଶାଇଖିଲେ ଡାକ୍ତରାଣୀ । ଏହି ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।