Breaking: ୧୪ରେ ଶପଥ ଗ୍ରହଣ କରିବେ ଭାରତର ପୂରବର୍ତ୍ତୀ ପ୍ରଧାନ ବିଚାରପତି ବି.ଆର୍. ଗାଭାଇ

ନୂଆଦିଲ୍ଲୀ: ଜଷ୍ଟିସ୍ ଭୂଷଣ ରାମକ୍ରିଷ୍ଣ ଗାଭାଇ ମଙ୍ଗଳବାର ଭାରତର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବି.ଆର୍. ଗାଭାଇ ସିଜେଆଇ ଭାବେ ନିଯୁକ୍ତ କରିଛନ୍ତି ।

ମେ’ ୧୪ ତାରିଖରେ ଗାଭାଇ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି ୟୁନିୟନ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ।

ଗାଭାଇ ପୂର୍ବରୁ ସୁପ୍ରିମ କୋର୍ଟ ଜଜ୍ ଭାବେ କାର୍ଯ୍ୟ କରିଛନ୍ତି । ଏହାପୂର୍ବରୁ ଗାଭାଇ ବମ୍ବେ ହାଇକୋର୍ଟରେ ଜଜ୍ ଦାୟିତ୍ୱରେ ଥିଲେ । ଚିଫ୍ ଜଷ୍ଟିସ୍ ହେବା ପୂର୍ବରୁ ଗାଭାଇ ମହାରାଷ୍ଟ୍ର ନ୍ୟାଶନାଲ ଲ’ ୟୁନିଭର୍ସିଟି, ନାଗପୁର କୂଳପତି ଭାବେ କାର୍ଯ୍ୟ କରୁଥିଲେ ।

ଗାଭାଇ ଦେଶର ୫୨ତମ ଚିଫ୍ ଜଷ୍ଟିସ୍ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ।