(Video) କାନାଡା ପ୍ରଧାନମନ୍ତ୍ରୀ ସଂସଦରେ ଏମିତି ଇଂଲିଶ କହିଲେ କି, ହୋଇଗଲେ ଟ୍ରୋଲ

ନୂଆଦିଲ୍ଲୀ: ଭାରତ ବିରୋଧରେ ଅପପ୍ରଚାର କରୁଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସଂସଦରେ ବିରୋଧୀ ଜମାଣିଆ ଅପଦସ୍ତ କରିଛନ୍ତି । ତାଙ୍କ ଇଂଗ୍ରାଜୀକୁ ନେଇ ବିରୋଧୀ ଉଡାଇଛନ୍ତି ମଜା । ଗୁରୁବାର କାନାଡା ସଂସଦରେ ଇମିଗ୍ରେସନକୁ ନେଇ ବିରୋଧୀ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଲଗାଇଥିଲେ, ସେଥିରୁ ସରକାରକୁ ବଞ୍ଚାଇବାକୁ ଯାଇ ଏମିତି ଗୋଟିଏ ଶବ୍ଦ କହିଲେ ଟୁଡ୍ରୋ କି ବିରୋଧୀ ଏହି ମୌକା ହାତଛଡା କରିନାହାନ୍ତି ।

ସରକାର ସୁରକ୍ଷାରେ ଟୁଡ୍ରୋ କହିଥିଲେ କି, ବିରୋଧୀ ନେତା କାନାଡାରେ ବିଭାଜକାରୀ (brokenist ) ଦୃଷ୍ଟିଭଙ୍ଗି ନେଇ କାମ କରୁଛନ୍ତି, ଯାହା ବାସ୍ତବିକତାଠାରୁ କୋଶେ ଦୂରରେ । ଏହି ପରେ ବିରୋଧୀଙ୍କୁ ସମ୍ଭାଳେ କିଏ? ଟୁଡ୍ରୋଙ୍କ ଏହି ଇଂଗ୍ରାଜୀ ଶବ୍ଦଟିକୁ ନେଇ ବିରୋଧୀ ନେତା ପିୟରେ ପୋଇଲିବରେ ହସି ହସି କହିବାରେ ଲାଗିଲେ brokenist । ଏହା କୌଣସି ଇଂଗ୍ରାଜୀ ଶବ୍ଦ ନୁହେଁ । କଟାକ୍ଷ କରି କହିଲେ, ଇଏ ତ ଇଂଗ୍ରାଜୀ ଭାଷାକୁ ଭାଙ୍ଗି ମକଚି ଦେଉଛନ୍ତି । ଏହା ପରେ ସମସ୍ତ ବିରୋଧୀ ସାଂସଦଙ୍କ ହସରେ ସାଂସଦ ଭବନ କମ୍ପିଉଠିଲା ।
ପୋଲିଭର କହିଲେ କି, ଟ୍ରୁଡୋ ଯାହା ଭାଙ୍ଗିଛନ୍ତି, ତାକୁ ସେ ଯୋଡି ପାରିବେ ନାହିଁ । କାରଣ ସେ ନିଜ ଦଳ ସହ ଲଢିବାରେ ବ୍ୟସ୍ତ । ଇମିଗ୍ରେସନ, ହାଉସିଂଗ ଓ ଅନ୍ୟ ଜରୁରୀ ମାମଲାରେ ଟ୍ରୁଡୋ ଯେଉଁ କ୍ଷତି କରିଛନ୍ତି, ଏବେ ତାକୁ ଠିକ କରିବା ତାଙ୍କ ପାଇଁ ସମ୍ଭବ ନୁହେଁ ।

କାନାଡା ସଂସଦର ଏହି ବିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ନେଇ ଲୋକେ ଚୁଟକୁଲା କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ଟ୍ରୁଡୋ ସବୁକୁ ଭାଙ୍ଗି ଦେଉଛନ୍ତି, ସେ ଇଂଗ୍ରାଜୀ ଭାଷା ପଛେ ହେଉ ।