fbpx

ଆଜି ୮ ଜିଲ୍ଲାରେ କାଳବୈଶାଖୀ

ଭୁବନେଶ୍ୱର, ୩ା୫ (ଓଡିଶା ଭାସ୍କର): ତାତିରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । ଆଜି ୮ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏଥିସହ ଘଡ଼ଘଡ଼ି ସହ ୫୦ରୁ ୬୦ କିମି ବେଗରେ ପବନ ବହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜର କିଛି ସ୍ଥାନରେ କାଳବୈଶାଖୀ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, ଅନୁଗୁଳ, କନ୍ଧମାଳ ଆଦି ଜିଲ୍ଲାମାନଙ୍କରେ କାଳବୈଶାଖୀର ପ୍ରଭାବ ରହିବ । ଆଜିଠାରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଖାପାଖି ୩ ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ପାଇବ । କେବଳ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.