fbpx

‘ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ଡିପ୍‌ଥେରିଆ ସଂକ୍ରମଣର ଉତ୍ସ’; ପରିବାର କଲ୍ୟାଣ ନିର୍ଦ୍ଦେଶିକା

ଭୁବନୋଶ୍ୱର: (ଓଡ଼ିଶା ଭାସ୍କର) ଡିପ୍‌ଥେରିଆ ସଂକ୍ରମଣ ନେଇ ଆଜି ସୂଚନା ଦେଇଚନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା । ସେ ଗଣମାଧ୍ୟକୁ କହିଛନ୍ତି ” ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ଡିପ୍‌ଥେରିଆ ସଂକ୍ରମଣର ଉତ୍ସ । ପ୍ରଥମେ କଳାହାଣ୍ଡି ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ଏହି ସଂକ୍ରମଣ ବ୍ୟାପିଥିବା କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶିକା । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଳାହାଣ୍ଡି, କୋରାପୁଟରେ ଚାଲିଛି ସର୍ଭେଲାନ୍ସ ।

ଡିପ୍‌ଥେରିଆରେ ମୃତ ୧୧ ବର୍ଷୀୟ ଝିଅର ଓଜନ ୧୫ କେଜି ଥିଲା । ତାହା ଅପପୁଷ୍ଟି କି ନାହିଁ, ସେନେଇ ଯାଞ୍ଚ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି ।” ଅପରପକ୍ଷରେ ଡିପଥେରିଆକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଆଜିଠାରୁ (ବୁଧବାର) ରାୟଗଡ଼ା କାଶୀପୁରରେ ଦିଆଯିବ ବୁଷ୍ଟର ଡୋଜ୍ ଦିଆଯିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାୟଗଡ଼ା କାଶୀପୁରରେ ୧ ବର୍ଷ ବୟସ ମଧ୍ୟରେ ଥିବା ଶିଶୁଙ୍କୁ ଦିଆଯାଇଛି ପେଣ୍ଟା ଡୋଜ୍ । ସେହିପରି ୫ରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଡୋଜ୍ ଦିଆଯିବ । ବର୍ତ୍ତମାନ ଗାଇଡଲାଇନ୍ ଅନୁସାରେ ସଂକ୍ରମଣ ଅଂଚଳରେ ସର୍ଭେଲାନ୍ସ ଚାଲିଥିବା ବେଳେ ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ବ୍ୟପିଥିବା ଅନ୍ୟ ଅଞ୍ଚଳରେ ବୁଷ୍ଟର ଡୋଜ୍ ଦିଆଯିବ ।

ଆଗକୁ ଗଜପତି, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରିରେ ସର୍ଭେଲାନ୍ସ ହେବ ବୋଲି ସୂଚନା ମିଳିଛି । ଅପରପକ୍ଷରେ ଡିପଥେରିଆ ବାୟୁ ଦ୍ୱାରା ସଂକ୍ରମିତ ହେଉଥିବାରୁ ଏହାକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

 

Get real time updates directly on you device, subscribe now.