fbpx

କାଳୀଚରଣ ମହାରାଜଙ୍କୁ ମିଳିଲା ଜାମିନ, ଗାନ୍ଧୀଜୀଙ୍କ ଉପରେ ଦେଇଥିଲେ ଆପତ୍ତିଜନକ ଭାଷଣ

ନୂଆଦିଲ୍ଲୀ : ଆପତ୍ତିଜନକ ଭାଷଣ ଦେବା ଅଭିଯୋଗରେ କାଳୀଚରଣ ମହାରାଜଙ୍କୁ ପୁଣେର ଅଦାଲତ ଜାମିନ ପ୍ରଦାନ କରିଛନ୍ତି । ଏଥିସହ ତାଙ୍କୁ ଗୋଟିଏ ଦିନ ପାଇଁ ପୋଲିସ ହେପାଜତରେ ପଠାଇ ଦିଆଯାଇଛି । କାଳୀଚରଣ ମହାରାଜଙ୍କୁ ରାୟପୁରରେ ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା । ତେବେ ସେ ଜାମିନରେ ମୁକୁଳି ଯାଇଥିଲେ । କିନ୍ତୁ ତାଙ୍କୁ ଏକ ନୂତନ ମାମଲାରେ ପୁଣେ ଅଦାଲତ ପୋଲିସ ରିମାଣ୍ଡରେ ତାଙ୍କୁ ପଠାଇ ଦେଇଥିଲେ ।

ସୋମବାର ମହାରାଷ୍ଟ୍ର ପୋଲିସ ରାୟପୁର କୋର୍ଟରେ ମହାରାଜଙ୍କ ଟ୍ରାଞ୍ଜିଟ୍ ରିମାଣ୍ଡ ପାଇଁ ଆବେଦନ କରିଥିଲା । ମାତ୍ର ପୋଲିସର ଏହି ଦାବି ଖାରଜ ହୋଇଥିଲା । ଏହାପରେ ପୋଲିସ ମଙ୍ଗଳବାର ପୁନର୍ବାର କୋର୍ଟରେ ଆବେଦନ କରିଥିଲା। ଯାହାକୁ କୋର୍ଟ ସ୍ଵୀକାର କରିନେଇଥିଲେ ।
ହିନ୍ଦୁ ଧର୍ମ ଗୁରୁ କାଳୀଚରଣ ଓରଫ ଅଭିଜିତ ଧନଞ୍ଜୟ ସାରଙ୍ଗ ଡିସେମ୍ବର ୨୬ରେ ରାୟପୁରରେ ଧର୍ମ ସଂସଦର ଅନ୍ତିମ ଦିନରେ ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିଲେ । ତାଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କ ମହିମା ମଣ୍ଡନ କରିଥିଲେ । ଏହାକୁ ନେଇ କାଳୀଚରଣଙ୍କ ବିରୋଧରେ ମହାରାଷ୍ଟ୍ରରେ ମଧ୍ୟ କେସ୍ ରୁଜୁ କରାଯାଇଥିଲା ।

Get real time updates directly on you device, subscribe now.