fbpx

ରିଲିଜର ଠିକ୍ ପୂର୍ବରୁ ଲିକ୍ ହେଲା Kalki 2898 ADର ଟ୍ରେଲର, ମେକର୍ସଙ୍କ ଅବହେଳା ଉପରେ କ୍ରୋଧ ପ୍ରକାଶ କଲେ ଫ୍ୟାନ୍ସ

Advertisement

ନୂଆଦିଲ୍ଲୀ: ସାଉଥ ଆକ୍ଟର ପ୍ରଭାସ-ଦୀପିକାଙ୍କ ଦ୍ୱାରା ନିର୍ମିତ ଫିଲ୍ମ Kalki 2898 ADକୁ ଦେଖିବା ପାଇଁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଫିଲ୍ମର ଟ୍ରେଲର ୧୦ ଜୁନରେ ଅର୍ଥାତ ଆଜି ରିଲିଜ ହେବାର ଥିଲା। ଫିଲ୍ମର ଟ୍ରେଲର ଆଜି ସଂଧ୍ୟା ୭ଟା ସୁଦ୍ଧା ରିଲିଜ ହେବାର ଥିଲା, ଯାହାକୁ ନେଇ ସୋସିଆଲ ମିଡିଆରେ ଫିଲ୍ମ ମେକର୍ସ ଅପଡେଟ ସେୟାର କରିଛନ୍ତି । କିନ୍ତୁ ଏହାରି ମଧ୍ୟରେ ଆଉ ଏକ ଅପଡେଟ ସାମ୍ନାକୁ ଆସିଛି । ଟ୍ରେଲର ରିଲିଜ ପୂର୍ବରୁ Kalki 2898 AD ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଫ୍ୟାନ୍ସ ମେକର୍ସଙ୍କ ଅବହେଳା ଉପରେ କ୍ରୋଧ ପ୍ରକାଶ କରିଛନ୍ତି ।

Kalki 2898 AD ର ଟ୍ରେଲର ଆଜି ସଂଧ୍ୟା ୭ଟାରେ ରିଲିଜ ହେବାକୁ ଥିଲା । କିନ୍ତୁ ଏହା ପୂବଙରୁ ଲୀକୁ ବୀରୂଲ ସୋସିଆଲ ମିଡିଆରେ Kalki 2898 ADର ଟ୍ରେଲର ସେୟାର କରାଯାଇଛି । ତେବେ ଫିଲ୍ମ ମେକର୍ସଙ୍କ ଏହି ଅବହେଳକୁ ନେଇ ଏକ୍ସରେ ଫ୍ୟାନ୍ସ ପୋଷ୍ଟ କରି କ୍ରୋଧ ପ୍ରକାଶ କରିବା ଦେଖାଦେଇଛି ।

Get real time updates directly on you device, subscribe now.