fbpx

Video: ‘କଲ୍କି’ କରୁଛି କମାଲ, ସିନେମାର ହିନ୍ଦୀ ଭର୍ଜନ ଆଣୁଛି ସୁନାମୀ, ତୃତୀୟ ଦିନରେ ୬୦ କୋଟି ପାର !

Advertisement

ଓଡିଶା ଭାସ୍କର: ପ୍ରଭାସ, ଅମିତାଭ ବଚ୍ଚନ, କମଳ ହସନ ଓ ଦୀପିକା ପାଦୁକୋଣଙ୍କ ଫିଲ୍ମ ‘କଲ୍କି ୨୮୯୮ ଏଡି’ (kalki 2898 AD) ଆୟ ମାମଲାରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି । ତାହାସହ ବକ୍ସ ଅଫିସରେ ଏହି ସିନେମା ନୂଆ ନୂଆ କାରନାମା କରୁଛି । ବୈଶ୍ୱିକସ୍ତରରେ ସିନେମାର ଆୟ ଆଶାନୁରୂପ ରହିଛି । ଏହି ସିନେମା ବକ୍ସ ଅଫିସରେ ଧମାଲ କରୁଛି । ସିନେମାଟି ତେଲୁଗୁ, ହିନ୍ଦୀ ତଥା ତାମିଲ ଭଳି ୫ ଟି ଭାଷାରେ ରିଲିଜ କରାଯାଇଛି । ସିନେମାର ହିନ୍ଦୀ ଭର୍ଜନ ସୁନାମୀ ଆଣିବାରେ ଲାଗିଛି । ଯାହାର ଢେଉରେ ଦର୍ଶକେ ବିଭୋର ଓ ମତୁଆଲା ହେଉଛନ୍ତି । ୨ ଦିନରେ ଏହାର ହିନ୍ଦୀ ଭର୍ଜନ ବହୁ ନୋଟ ଛାପିବାରେ ସଫଳ ହୋଇଛି । ତୃତୀୟ ଦିନରେ ଏହାର ହିିନ୍ଦୀ ଭର୍ଜନରେ ମୋଟ ୬୦ କୋଟିର ଆୟ ହେବାର ଆକଳନ କରାଯାଇଛି । ସିନେମାର ହିନ୍ଦୀ ଭର୍ଜନ ଉଭୟ ପ୍ରଥମ ଓ ଦ୍ୱିତୀୟ ଦିନରେ ପ୍ରାୟ ୨୨. ୨ କୋଟି ଲେଖାଏଁ ରୋଜଗାର କରିଛି । ସେହିଭଳି ଆଜି ହିନ୍ଦୀ ଭାଷାରେ ୬୦ କୋଟି ଆୟ କରିଥିବା ଜଣାପଡିଛି ।

ମାତ୍ର ଦୁଇ ଦିନ ମଧ୍ୟରେ ଭାରତରେ ‘କଲ୍କି ୨୮୯୮ ଏଡି’ ପ୍ରାୟ ୧୫୨ କୋଟି ଟଙ୍କାର ବର୍ଷା କରିଛି । ସବୁ ଭାଷାକୁ ମିଶାଇ ଭାରତରେ ଏହା ପ୍ରଥମ ଦିନରେ ପ୍ରାୟ ୫୭.୬ କୋଟି ଓ ଦ୍ୱିତୀୟ ଦିନରେ ପ୍ରାୟ ୫୭.୬ କୋଟି ଆୟ କରିଥିଲା । ଏହା ବୈଶ୍ୱିକସ୍ତରରେ ପ୍ରାୟ ୩୦୦ କୋଟି ଟଙ୍କାର ଆୟ କରି ସାରିଛି ।

 

View this post on Instagram

 

A post shared by Kalki 2898 – AD (@kalki2898ad)

Get real time updates directly on you device, subscribe now.