fbpx

ପଞ୍ଜାବ ସ୍ଥିତିକୁ ନେଇ ମତ ରଖିଲେ କହ୍ନେୟା କୁମାର, କହିଲେ ମୋଦୀ-ଗଡକରୀଙ୍କ ମଧ୍ୟରେ ଥିବା ମତଭେଦ ଉପରେ କାହିଁକି କରାଯାଉନାହିଁ ଆଲୋଚନା

ନୂଆଦିଲ୍ଲୀ: ନିକଟରେ କମ୍ୟୁନିଷ୍ଟ ଦଳ ଛାଡ଼ି କଂଗ୍ରେସରେ ଯୋଗଦେଇଥିବା କହ୍ନେୟା କୁମାର ପଞ୍ଜାବ ସ୍ଥିତିକୁ ନେଇ ମୋଦୀ ଏବଂ ନିତିନଙ୍କ ଉଦାହରଣ ଦେଇଛନ୍ତି । ସେ କହିଛନ୍ତି କେବଳ କଂଗ୍ରେସ ଦଳ ହିଁ ବିଜେପି ସହ ଲଢ଼ିପାରିବ ।

ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଥିଲେ ଜେଏନୟୁ ଷ୍ଟୁଡେଣ୍ଟ ୟୁନିୟନର ପୁର୍ବତନ ଅଧ୍ୟକ୍ଷ କହ୍ନେୟା କୁମାର । ଆଉ ଏବେ କହ୍ନେୟା କୁମାର ପଞ୍ଜାବରେ ଦଳରେ କଳହକୁ ନେଇ ମତ ରଖିଛନ୍ତି । ବିଜେପିର ଉଦାହରଣ ଦେଇ କହିଛନ୍ତି ଯେ ପିଏମ ମୋଦୀ ଏବଂ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ମଧ୍ୟରେ ମଧ୍ୟ ମତଭେଦ ରହିଛି କିନ୍ତୁ ତାହା ବିଷୟରେ ଆଲୋଚନା କରାଯାଉନାହିଁ ।

ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁଯାୟୀ, କହ୍ନେୟା କୁମାର କହିଛନ୍ତି ପରିବାରରେ ଏମିତି ମତଭେଦ ହୋଇଥାଏ । ଗୋଟିଏ ପଟେ କଂଗ୍ରେସ ଅଛି ତ’ ସେହିଭଳି ଗୋଟିଏ ପଟେ ବିଜେପି ରହିଛି । କାହିଁକି ମୋଦୀ ଏବଂ ନିତିିନ ଗଡକରୀଙ୍କ ମଧ୍ୟରେ ଥିବା ମତଭେଦକୁ ଏଡ଼ାଇ ଦିଆଯାଉଛି । ୨୦୨୪ ଲୋକସଭା ନିର୍ବାଚନକୁ ନେଇ କହ୍ନେୟା କହିଛନ୍ତି ଲୋକମାନେ ନିର୍ଣ୍ଣୟ ନେବେ ସେମାନେ ୨୦୨୪ରେ ମୋଦୀଙ୍କ ବିରୋଧରେ ମମତା ବାନାର୍ଜୀ କିମ୍ବା ରାହୁଲ ଗାନ୍ଧୀଙ୍କୁ ଆପଣାଇବେ । କଂଗ୍ରେସରେ ଯୋଗ ଦେବା ସମୟରେ କହ୍ନେୟା କହିଥିଲେ ଦେଶର ସବୁଠୁ ପୁରୁଣା ଦଳକୁ ଛାଡ଼ିଲେ ଦେଶକୁ ବଞ୍ଚାଇହେବନାହିଁ ।

Get real time updates directly on you device, subscribe now.