fbpx

ଗିରଫ ହେଲେ କଙ୍ଗନାଙ୍କ ବଡିଗାର୍ଡ: ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ କୁମାର ହେଗଡେ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବ୍ୟକ୍ତିଗତ ବଡିଗାର୍ଡ କୁମାର ହେଗଡେଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ  । ତାଙ୍କୁ କର୍ଣ୍ଣାଟକରୁ ନିଜ ଗାଁରୁ ଗିରଫ କରିଛି ପୋଲିସ । ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ବ୍ୟିୁଟିସିଆନଙ୍କୁ ଦୁଷ୍କର୍ମ ଅଭିଯୋଗରେ ମୁମ୍ବାଇ ପୋଲିସ ତାଙ୍କୁ କର୍ଣ୍ଣାଟକରୁ ଗିରଫ କରିଛି ।

ମୁମ୍ବାଇ ଡିଏନ ନଗର ଥାନା ଅଧିକାରୀ କହିଛନ୍ତି କୁମାର ହେଗଡେ ୧୦ ଧରି ଫେରାର ଥିଲେ ତେବେ ପୋଲିସ ତାଙ୍କୁ ଶନିବାର କର୍ଣ୍ଣାଟକରୁ ତାଙ୍କ ଗାଁରୁ ଗିରଫ କରାଯାଇଛି ଏବଂ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଅଣାଯାଇଛି । ସେ କହିଛନ୍ତି ‘କୁମାର ହେଗଡେଙ୍କୁ  ଅନ୍ୟ ଜଣଙ୍କ ସହ ବିବାହ କରିବାର ଗୋଟିଏ ଦିନ ପୂର୍ବରୁ ଧରାଯାଇଛି । ୩୦ ବର୍ଷୀୟ ଜଣେ ମହିଳା ବ୍ୟୁଟିସିଆନଙ୍କୁ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ । ମହିଳା ଜଣକ କହିଥିଲେ ସେ ପରସ୍ପରକୁ ଆଠ ବର୍ଷ ଧରି ଜାଣିଛନ୍ତି ଏବଂ ଗତ ବର୍ଷ ଜୁନ ମାସରେ କୁମାର ତାଙ୍କୁ ବିବାହ ପାଇଁ ରାଜି ହୋଇଥିଲା, ସେ ମଧ୍ୟ ରାଜି ହୋଇଥିଲେ ।’

ଅଧିକାରୀ କହିଛନ୍ତି କୁମାର ଏପ୍ରିଲ ୨୭ ରେ ତାଙ୍କର ମା’ଙ୍କର ମୃତ୍ୟୁ ହୋଇଥିବା କହି ମହିଳାଙ୍କ ଠାରୁ ୫୦୦୦୦ ଟଙ୍କା ନେଇଥିଲେ ଏବଂ କର୍ଣ୍ଣାଟକରେ ନିଜ ଗାଁରେ ପହଞ୍ଚିବାପରେ ସେ ତାଙ୍କର ଫୋନ ବନ୍ଦ କରିଦେଇଥିଲେ । ଏହାସହ ଯେତେବେଳେ ମହିଳାଙ୍କୁ ଜଣାପଡିଥିଲା ଯେ କୁମାର ଅନ୍ୟ ଜଣେ ମହିଳାଙ୍କ ସହ ବିବାହ କରିବାକୁ ଯୋଜନା କରୁଛନ୍ତି ସେ ପୋଲିସରେ ଅଭିାଯୋଗ କରିଥିଲେ ଏବଂ ହେଗଡେଙ୍କ ଉପରେ ବଳାତ୍କାର, ଅପ୍ରାକୃତିକ ଯୌନ ସଂପର୍କ ଏବଂ ଠକେଇ ଅଭିଯୋଗ ଆଣିଥିଲେ ଏବଂ ଏହି ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି ।”

Get real time updates directly on you device, subscribe now.