fbpx

ବଲିଉଡ ପାର୍ଟୀ କିପରି ହୁଏ? କଙ୍ଗନା ରାଣାୱତ ଖୋଲିଲେ ରାଜ, ଇଣ୍ଡଷ୍ଟ୍ରୀରେ ସାଙ୍ଗଙ୍କୁ ନେଇ କହିଲେ ଏହି କଥା

ନୂଆଦିଲ୍ଲୀ: ଅଭିନେତ୍ରୀରୁ ରାଜନେତା ହୋଇଥିବା କଙ୍ଗନା ରାଣାୱତ ବର୍ତ୍ତମାନ ଇମରର୍ଜେନ୍ସି ଫିଲ୍ମ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଟ୍ରେଲର ବର୍ତ୍ତମାନ ରିଲିଜ ହୋଇଛି। ସମସ୍ତେ ଏହାର ପ୍ରଶଂସା କରିଛନ୍ତି। ବର୍ତ୍ତମାନ କଙ୍ଗନା ଫିଲ୍ମ ପ୍ରମୋଶନରେ ଲାଗିଛନ୍ତି। ସେ ରାଜ ଶମାନୀ ସାଙ୍ଗରେ ପୋଡକାଷ୍ଟରେ ବଲିଉଡର ଲୋକେ ଏବଂ ତାଙ୍କର ପାର୍ଟୀଜକୁୟ ନେଇ ରିଆକ୍ଟ କରିଛନ୍ତି।

ଯେତେବେଳେ ତାଙ୍କୁ ପଚରାଗଲା ଯେ, ଇଣ୍ଡଷ୍ଟ୍ରୀରେ ତାଙ୍କର କଏହି ସାଙ୍ଗ ଅଛନ୍ତି? ଏହା ଉପରେ ସେ କହିଛନ୍ତି ଯେ, ଦେଖନ୍ତୁ ମୁଁ ବଲିଉଡ ଟାଇପର ମଣିଷ ନୁହେଁ। ମୁଁ ବଲିଉଡ ଲୋକଙ୍କ ସହ ସାଙ୍ଗ ହୋଇପାରିବିନି। ବଲିଉଡ ଲୋକେ ଷ୍ଟୁପିଡ। ସେମାନେ ମୁର୍ଖ। ସେମାନଙ୍କ ଜୀବନ ପ୍ରୋଟିନ ଶେକ ପାଖରେ ଅଛି।

ପୁଣି ସେ କହିଛନ୍ତି, ‘ ଯଦି ବଲିଉଡ ଲୋକେ ସେମାନେ ସକାଳେ ଉଠନ୍ତି, କିଛି ଫିଜିକାଲ ଟ୍ରେନିଂ କରନ୍ତି, ଦ୍ୱିପ୍ରହରରେ ଶୁଅନ୍ତି ଏବଂ ପୁଣି ଉଠି ଜିମ ଯାଆନ୍ତି, ଏବଂ ଏହାପରେ ପୁଣି ଶୁଅନ୍ତି ଏବଂ ଟିଭି ଦେଖନ୍ତି। ସେମାନେ ପଙ୍ଗପାଳ ଅଟନ୍ତି। ସେମାନେ ପୁରାପୁରି ଭାବେ ଖାଲି। ଆପଣ ଏଭଳି ଲୋକଙ୍କ ସାଙ୍ଗ କିପରି ହୋଇପାରିବେ। ସେମାନଙ୍କର କୌଣସି ଆଇଡିଆ ନାହିଁ ଯେ, ବର୍ତ୍ତମାନ କଣ ଚାଲୁଛି। ସେମାନେ ଭେଟନ୍ତି, ଡ୍ରିଙ୍କ କରନ୍ତି ଏବଂ କପଡା ଏକ୍ସଚେଞ୍ଜ କରିଥାଆନ୍ତି। ବଲିଉଡରେ ସେହି ଡିସେଣ୍ଟ ପର୍ସନ ପାଇ ମୁଁ ଖୁସି ହେବି ଯିଏ ଅଲଗା କଥା ହେଉଥିବ। ବଲିଉଡ ପାର୍ଟୀକୁ ନେଇ କଙ୍ଗନା କହିଛନ୍ତି ଯେ, ଏହା ଲଜ୍ଜାଜନକ। ଏହା ଏକ ଟ୍ରମା ଅଟେ। ବଲିଉଡ ପାର୍ଟୀ ମୋ ପାଇଁ ଟ୍ରମା ପରି ଅଟେ।

Get real time updates directly on you device, subscribe now.