fbpx

କହ୍ନେୟାଲାଲଙ୍କ ସହିତ ଛିଡା ହେଲା ପୂରା ଦେଶ, ପରିବାର ପାଇଁ ୨୪ ଘଣ୍ଟାରେ ସଂଗ୍ରହ ହେଲା ୧.୩୭ କୋଟି ଚାନ୍ଦା

ଉଦୟପୁର: ଆତଙ୍କୀ ସଂଗଠନ ସହିତ ଜଡିତ ସଂଖ୍ୟାଲଘୁ ସଂପ୍ରଦାୟର ଦୁଇ ଦୁର୍ବୃତ୍ତଙ୍କ ଦ୍ଵାରା ହତ୍ୟାର ଶିକାର କହ୍ନେୟାଲାଲଙ୍କ ପ୍ରତି ସମଗ୍ର ଦେଶରୁ ସହାନୁଭୂତିର ସୂଅ ଛୁଟିବାରେ ଲାଗିଛି। ଟେଲର ଦୋକାନା ଦେଇଥିବା କହ୍ନେୟା ହିଁ ପରିବାରରେ ରୋଜଗାରର ଏକ ମାତ୍ର ସ୍ରୋତ ଥିଲେ। ଏବେ ତାଙ୍କ ମୃତ୍ୟୁ ପରେ ପରିବାର ସାମ୍ନାରେ ଥିବା ସମସ୍ୟା କମ କରିବା ପାଇଁ ଲୋକେ ହାତଖୋଲି ଦାନ କରୁଛନ୍ତି। ଭାରତୀୟ ଜନତା ପାର୍ଟି(ବିଜେପି) ନେତା କପିଲ ମିଶ୍ରା କ୍ରାଉଡ ଫଣ୍ଡ ଜରିଆରେ କହ୍ନେୟାଙ୍କ ପରିବାର ପାଇଁ ଏକ କୋଟି ୩୭ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି। ମାତ୍ର ୨୪ ଘଣ୍ଟା ଭିତରେ ଲୋକେ ଏକ କୋଟିରୁ ଅଧିକ ଟଙ୍କା କହ୍ନେୟାଙ୍କ ପରିବାରକୁ ଦେଇଛନ୍ତି। ପୂରା ଦେଶ ଆଜି କହ୍ନେୟାଲାଲଙ୍କ ପରିବାର ସହିତ ଛିଡା ହୋଇଛି।

କପିଲ ମିଶ୍ରାଙ୍କ ତରଫରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ୧୨ ହଜାରରୁ ଅଧିକ ଲୋକ ନିଜର କ୍ଷମତା ମୁତାବକ ସହାୟତା କରିଛନ୍ତି। ୩୦ ଦିନରେ ଏକ କୋଟି ଟଙ୍କା ସଂଗ୍ରହ କରାଯିବାକକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ମାତ୍ର ୨୪ ଘଣ୍ଟାରେ ହିଁ ଏକ କୋଟି ୩୭ ଲକ୍ଷ ଟଙ୍କା ସଂଗ୍ରହ ହୋଇ ସାରିଛି। ଏକାକୀ ଫିଲ୍ମ ନିର୍ମାତା ମନୀଷ ମୁନ୍ଦ୍ରା କହ୍ନେୟାଲାଲଙ୍କ ପରିବାରକୁ ୧୧ ଲକ୍ଷ ଟଙ୍କା ଦେଇଛନ୍ତି। କପିଲ ମିଶ୍ରଙ୍କ ମୁତାବକ, ଦେଶ ଏବଂ ଦୁନିଆର କୋଣ ଅନୁକୋଣରୁ ଲୋକେ ସହାୟତାର ହାତ ବଢାଇଛନ୍ତି।

କପିଲ୍ ମିଶ୍ରା ଅଭିଯାନ ଆରମ୍ଭ କରି ଟୁଇଟରେ ଲେଖିଥିଲେ ଯେ, ଉଦୟପୁରରେ କହ୍ନେୟାଲାଲ ଜୀଙ୍କ ହତ୍ୟା। ଜଣେ ଗରିବ ହିନ୍ଦୁଙ୍କୁ ଆତଙ୍କବାଦୀ ହତ୍ୟା କଲେ। କହ୍ନେୟା ଲାଲଙ୍କ ପରିବାରର ଦାୟିତ୍ଵ ଏବେ ଆମର। ତାଙ୍କ ପତ୍ନୀ, ପିଲା ନା ଏକାକୀ ପଡିବେ ନା ଦୁର୍ବଳ ହେବେ। ମିଶ୍ରା କହିଛନ୍ତି, ସେ ଏହି ଅଭିଯାନରେ ସଂଗୃହୀତ ହୋଇଥିବା ରାଶି ଖୋଦ୍ କହ୍ନେୟାଙ୍କ ଘର ଯାଇ ପରିବାର ଲୋକଙ୍କୁ ପ୍ରଦାନ କରିବେ।

 

Get real time updates directly on you device, subscribe now.