fbpx

ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ପୁଣି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା

ବଲାଙ୍ଗୀର: କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଏହି ଡାକରା ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳୁ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ତେବେ ଏହି ବନ୍ଦ ଡାକରାରେ ସହରର ୩୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି । ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତା ମାନେ ରସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଅନ୍ୟପଟେ କଣ୍ଟାବାଞ୍ଜିରେ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚକା ଯାମ କରାଯାଇଛି । କଣ୍ଟାବାଞ୍ଜି ସହରକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିବା ଫଳରେ ଶହ ଶହ ଗାଡି ମଧ୍ୟ ଅଟକି ରହିଛି । ଏହି ଦାବିକୁ ସହରର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ସହ ଅନେକ ସ୍ୱେଚ୍ଛାସେବୀ ଏବଂ ସାମାଜିକ ସଂଗଠନ ନିଜର ସମର୍ଥନ ଜଣାଇଛନ୍ତି ।

ସୂଚନା ଥାଉକି, ପୂର୍ବରୁ ମଧ୍ୟ ଏହାକୁ ଜିଲ୍ଲା ମାନ୍ୟତା ଦାବି ନେଇ ଜୋରଦାର ଆନ୍ଦୋଳନ କରାଯାଇଥିଲା । ନିକଟରେ ଗତ ଅଗଷ୍ଟ ୨୨ ତାରିଖ ଦିନ ବି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ଆଜି ଭଳି ସେଦିନ ବି ସମାନ ଭାବେ ବନ୍ଦ ପାଳନ କରାଯାଇଥିଲା ।

Get real time updates directly on you device, subscribe now.