fbpx
BJD
BJD SKY
BJD SKY

RBI ଦେଲା ଗ୍ରାହକଙ୍କୁ ଦମଦାର ଅଫର! ଏବେ ପୂର୍ବ-ଅନୁମୋଦିତ ଋଣ ମାଧ୍ୟମରେ କରିପାରିବେ UPI କାରବାର

ନୂଆଦିଲ୍ଲୀ : ଦେଶରେ UPIର କାରବାର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ସହ ଜଡିତ ସୁବିଧା ଗୁଡିକ ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ଏହି ପରିସରରେ ଆଉ ଏକ ନୂତନ ସୁବିଧାକୁ ଯୋଗ କରାଯାଇଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସୋମବାରକୁ କହିଛି ଯେ, ଆଜିଠାରୁ ପୂର୍ବରୁ-ମଞ୍ଜୁରୀପ୍ରାପ୍ତ ଋଣ କିମ୍ବା କ୍ରେଡିଟ୍ ଲାଇନକୁ ମଧ୍ୟ ଏବେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ସିଷ୍ଟମରେ ଅନ୍ତର୍ଭୂକ୍ତ କରାଯାଇଛି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାହକ ମାନେ ବ୍ୟାଙ୍କରୁ କେବଳ ଜମା ରାଶି କାରବାରରେ UPI ସିଷ୍ଟମ ବ୍ୟବହାର କରୁଛନ୍ତି । କିନ୍ତୁ ଏବେ ସଞ୍ଚୟ ଆକାଉଣ୍ଟ, ଓଭରଡ୍ରାଫ୍ଟ ଆକାଉଣ୍ଟ, ପ୍ରିପେଡ୍ ୱାଲେଟ୍ ଏବଂ କ୍ରେଡିଟ୍ କାର୍ଡ ସହ ମଧ୍ୟ UPI ଲିଙ୍କ୍ ହୋଇପାରିବ । ଏନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଘୋଷଣା କରିଛି ଯେ, ୟୁପି ସିଷ୍ଟମରେ କାରବାର ପାଇଁ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ତଥା ପୂର୍ବ ଅନୁମୋଦିତ ହୋଇଥିବା ଋଣର ସୁବିଧାକୁ ଅନ୍ତର୍ଭୁକ୍ତ କରି ଗ୍ରାହକଙ୍କୁ ଏକ ବଡ଼ ଲାଭ ମିଳିବ । ଦେଶର ସେଣ୍ଟ୍ରାଲ ବ୍ୟାଙ୍କ ଅନୁଯାୟୀ, ଏହା ଦ୍ୱାରା UPIର ମୂଲ୍ୟକୁ ହ୍ରାସ କରାଯାଇପାରିବ ଏବଂ ଭାରତୀୟ ବଜାର ପାଇଁ ଏହା ଅନ୍ୟାନ ଉତ୍ପାଦର ବିକାଶରେ ସାହାଯ୍ୟ ମିଳିବ ।

ଆରବିଆଇ ସୂଚନା ଦେଇଛି ଯେ, ଏହି ସୁବିଧା ଅଧୀନରେ ଏକ ନିର୍ଦ୍ଧାରିତ ବାଣିଜ୍ୟିକ ବ୍ୟାଙ୍କ ଗ୍ରାହକଙ୍କୁ ପୂର୍ବ ଅନୁମୋଦିତ ଋଣ ମାଧ୍ୟମରେ କ୍ରେଡିଟ୍ ପ୍ରଦାନ କରିବାର ସୁବିଧା ମିଳିଛି । ତେବେ ଏହାକୁ ନେଇ ଏକ ସର୍ତ୍ତାବଳୀ ଜାରି କରାଯାଇଛି । ତାହା ହେଉଛି, ଏହି ସବୁ କାର୍ଯ୍ୟ ଗ୍ରାହକଙ୍କ ପାଖରୁ ଆଗରୁ ଅନୁମତି ନିଆଯିବା ଉଚିତ୍। ଏହିପରି ପାଣ୍ଠି ମାଧ୍ୟମରେ, UPI ସିଷ୍ଟମ ଅଧୀନରେ କାରବାର କରାଯାଇପାରିବ |

Get real time updates directly on you device, subscribe now.