ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା ଖାନ୍ କପୁର ପୁଣି ଫେରିଛନ୍ତି । ସେ ଫ୍ୟାଶନ ଦୁନିଆକୁ ଫେରିଛନ୍ତି । ସେ ଫ୍ୟାଶନରେ ପୁଣି ତାଙ୍କର ଜଲୱା ଦେଖାଇଛନ୍ତି । କରୀନା ମନୀଷ ମାଲହୋତ୍ରା ଶାଢ଼ି ପିନ୍ଧି ସୁନ୍ଦର ଦେଖାଯାଉଥିଲେ।
ଲାକମୀର ୨୫ତମ ବାର୍ଷିକୀରେ ବଲିଉଡ୍ର ସେଲିବି୍ରଟିଙ୍କୁ ଦେଖିବାକୁ ମିଳିଥିଲା । ଏଥିରେ ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ କରୀନା । କରୀନା ଲାକମୀର ଆଡଭଟାଇଜ୍ କରନ୍ତି ଏହା ସମସ୍ତେ ଜାଣନ୍ତି । କରୀନା ତାଙ୍କ ବିଗତ ଦିନର କଥାକୁ ମନେ ପକାଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି ।
ଲାକମୀ ଫ୍ୟାଶନ ସପ୍ତାହରେ ଚାରି ବର୍ଷ ପରେ କରୀନା କପୁର ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ସିଲଭର କଲରର ଏକ ଶାଢ଼ି ପିନ୍ଧି ଖୁବ୍ ଆକର୍ଷଣୀୟା ଦେଖାଯାଉଥିଲେ । କରୀନା ପିନ୍ଧିଥିବା ଶାଢ଼ୀ ମନୀଷ ମାଲହୋତ୍ରାଙ୍କ ଶାଢ଼ୀ ଯାହା ରିୟା କପୁରଙ୍କ ଦ୍ୱାରା ଷ୍ଟାଇଲ୍ କରାଯାଇଥିଲା ।ଶାଢ଼ି ସ୍ୱତନ୍ତ୍ର ଭାବରେ ସଜାଯାଇଥିଲା, ଯାହା ତାଙ୍କୁ ଅଧିକ ରାଜକୀୟ କରି ଦେଖାଇଲା। କରୀନା ଏହାକୁଦୁପଟା ସହିତ ଷ୍ଟାଇଲ୍ କରିଥିଲେ । ଯାହା ସୌନ୍ଦର୍ଯ୍ୟ ଦ୍ୱିଗୁଣିତ କରିଦେଇଛି । ତାଙ୍କର ଗ୍ଲାମରସ୍ ଷ୍ଟାଇଲ୍ ଫ୍ୟାଶନ୍ ସୋ’ରେ ଉପସ୍ଥିତ ସମସ୍ତଙ୍କ ହୃଦୟ ଜିତିଥିଲା ।