fbpx

ଧର୍ମ ପରିବର୍ତ୍ତନ ବିରୋଧୀ ଆଇନ୍ ହେବ ରଦ୍ଦ: ଏହି ରାଜ୍ୟର କ୍ୟାବିନେଟ୍ କରିଛି ଅନୁମୋଦନ

ନୂଆଦିଲ୍ଲୀ : କର୍ଣ୍ଣାଟକରେ କଂଗ୍ରେସ ଦଳ କ୍ଷମତାକୁ ଆସିବାର ମାତ୍ର ଏକ ମାସ ବିତିଥିବା ବେଳେ ବିଜେପି ଦ୍ୱାରା ପାୀତ ହୋଇଥିବା ଧର୍ମ ପରିବର୍ତ୍ତନ ଆଇନକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି । କ୍ୟାବିନେଟ ମଧ୍ୟ ଏଥିରେ ମୋହର ମାରିଛି । ଖୁବ୍ ଶୀଘ୍ର ଏହି ବିଲକୁ ବିଧାନସଭା ଟେବୁଲ ଉପରେ ରଖିବାକୁ ପ୍ରସ୍ତୁତି ଚାଲିଛି । ଧର୍ମର ସ୍ୱାଧୀନତାର ଅଧିକାରକୁ ସୁରକ୍ଷା ଦେବା ଏବଂ ଭୁଲ ଉପସ୍ଥାପନା, ଜବରଦସ୍ତି, ବାଧ୍ୟବାଧକତା, ପ୍ରବର୍ତ୍ତାଇବା ମାଧ୍ୟମରେ ଗୋଟିଏ ଧର୍ମରୁ ଅନ୍ୟ ଧର୍ମକୁ ପରିବର୍ତ୍ତନ ଉପରେ ରୋକ୍ ଲଗାଇବା ଏହି ବିଲର ମୁଖ୍ୟ ଧ୍ୟାନ ହେଉଛି ।

କର୍ଣ୍ଣାଟକ ମନ୍ତ୍ରୀ ଏଚ୍.କେ ପାଟିଲ କହିଛନ୍ତି ଯେ, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରାର୍ଥନା ସହିତ ସମ୍ବିଧାନର ପ୍ରିମ୍ବଲ୍ ପଢ଼ିିବା ବାଧ୍ୟତାମୂଳକ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ କୃଷି ଉତ୍ପାଦନ ବଜାର କମିଟି ଅଧିନିୟମରେ ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି ଯାହା ଦ୍ୱାରା ପୁରୁଣା ଆଇନ ପୁନରୁଦ୍ଧାର କରାଯାଇପାରିବ ।

ଧର୍ମ ପରିବର୍ତ୍ତନ ଆଇନରେ ବିଜେପିର ଯୁକ୍ତି କ’ଣ ଥିଲା?
ଗତ ବର୍ଷ ସେପ୍ଟେମ୍ବରରେ କର୍ଣ୍ଣାଟକରେ ବସବରାଜ ବୋମ୍ମାଇଙ୍କ ନେତୃତ୍ୱରେ ବିଜେପି ସରକାର ଧାର୍ମିକ ଧର୍ମ ପରିବର୍ତ୍ତନ ବିରୁଦ୍ଧରେ ଏକ ଆଇନ ପ୍ରଣୟନ କରିଥିଲେ । ସେତେବେଳେ କଂଗ୍ରେସ ଦଳ ଏବଂ ରାଜ୍ୟର ଜେଡିଏସ୍ ବିଜେପି ଦ୍ୱାରା ପ୍ରସ୍ତୁତ ଆଇନକୁ ବିରୋଧ କରିଥିଲେ । କର୍ଣ୍ଣାଟକର ବିଧାନ ପରିଷଦରେ ବିଜେପିର ଶକ୍ତି ଅଭାବରୁ ଏହି ବିଲ୍ ପାସ୍ ପାଇଁ ବିଚାରାଧୀନ ଥିଲା । ଏହା ପରେ ବିଜେପି ମେ ମାସରେ ଏକ ଅର୍ଡିନାନ୍ସ ମାଧ୍ୟମରେ ଏହି ବିଲ୍ ପାରିତ କରିଥିଲା । ଏହା ଉପରେ ବିଜେପି କହିଛି ଯେ ଆଜିକାଲି ରାଜ୍ୟରେ ଧର୍ମ ପରିବର୍ତ୍ତନ ଏକ ସାଧାରଣ କଥା ହୋଇଛି । ତତ୍କାଳୀନ ଗୃହମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବାଧ୍ୟତାମୂଳକ ଓ ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରିବା ଘଟଣା ସାଧାରଣ କଥାରେ ପରିଣତ ହୋଇଛି ।

Get real time updates directly on you device, subscribe now.