fbpx

ଥମୁନି ହିଜାବ ମାମଲା : କର୍ଣ୍ଣାଟକରେ ସ୍କୁଲ ବାହାରେ ଛାତ୍ରୀଙ୍କଠାରୁ ଓହ୍ଲାଇଲେ ହିଜାବ, ଦେଖନ୍ତୁ ଭିଡିଓ…

କର୍ଣ୍ଣାଟକରେ ହିଜାବ ବିବାଦ ଥମିବାର ନାଁ ନେଉ ନାହିଁ । ଏହାରି ମଧ୍ୟରେ ମାଣ୍ଡ୍ୟା ଜିଲ୍ଲାରୁ ହିଜାବକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ସରକାରୀ ସ୍କୁଲ ବାହାରେ ହିଜାବକୁ ନେଇ ଅଭିଭାବକ ଏବଂ ଶିକ୍ଷକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । କାରଣ ସ୍କୁଲର ଶିକ୍ଷକ ଛାତ୍ରୀମାନଙ୍କୁ ସ୍କୁଲ ପରିସରକୁ ପ୍ରବେଶ କରିବା ପୂର୍ବରୁ ହିଜାବ କାଢ଼ିବାକୁ କହିଥିଲେ, ଯାହାକୁ ନେଇ ଯୁକ୍ତିତର୍କ ହୋଇଥିଲା।

କୁହାଯାଉଛି ସ୍କୁଲର ଶିକ୍ଷକ ଏହି ପଦକ୍ଷେପ ହାଇକୋର୍ଟ ଆଦେଶ ପରେ ନେଇଛନ୍ତି । ଗତ ସପ୍ତାହରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ ଯେ ସ୍କୁଲ ଖୋଲାଯାଇପାରିବ କିନ୍ତୁ ଧର୍ମ ସହ ଜଡ଼ିତ ପରିଧାନକୁ ଅନୁମତି ଦିଆଯିବ ନାହିଁ । ଆଉ ସୋମବାର ସ୍କୁଲ ଖୋଲିବା ପରେ ହିଜାବ ପିନ୍ଧିବାକୁ ନେଇ ଅଭିଭାବକ ଏବଂ ଶିକ୍ଷକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଶିକ୍ଷକଙ୍କ କହିବା ଅନୁଯାୟୀ ସ୍କୁଲକୁ ଆସିବା ପୂର୍ବରୁ ହିଜାବକୁ ହଟାଇବାକୁ ପଡ଼ିବ । ଏହାପରେ ଜଣେ ଅଭିଭାବକ କହିଥିଲେ ଛାତ୍ରୀଙ୍କୁ କ୍ଲାସକୁ ଯିବା ପରେ ହିଜାବ କାଢ଼ିବାକୁ କୁହାଯାଇପାରିବ । କିନ୍ତୁ ଶିକ୍ଷକ ଜଣକ ହିଜାବ ସହ ସ୍କୁଲ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ ।

ସେପଟେ ସ୍କୁଲରେ ଛାତ୍ରୀଙ୍କୁ ହିଜାବ କାଢ଼ିବାକୁ ନେଇ ପୁଣି ଥରେ ରାଜନୀତି ଜୋର ଧରିଛି । ମାମଲାରେ ତାମିଲନାଡୁ କଂଗ୍ରେସ ନେତା ଦିନେଶ ଗୁଣ୍ଡୁ ଟ୍ୱିଟ କରି କହିଛନ୍ତି ‘କର୍ଣ୍ଣାଟକ ସ୍କୁଲ ସାମ୍ନାରେ ଏଭଳି ଦୃଶ୍ୟ ଦେଖିବା ଦୁର୍ଭାଗ୍ୟପୂର୍ଣ୍ଣ । ଆଶା ଅଛି ହାଇକୋର୍ଟ ଏହି ମାମଲାରେ ସଂପୂର୍ଣ୍ଣ ଭାବରେ ବୁଝିବେ ଏବଂ ଉଚିତ୍ ନିଷ୍ପତ୍ତି ନେବେ ।’ ସେହିଭଳି ଏହି ମାମଲାରେ ଅସଦୁଦ୍ଦିନ୍ ଓୱେସୀ କହିଛନ୍ତି ‘ଏହା ଏକ ସମୁଦାୟକୁ ଅପମାନିତ କରୁଛି, ଯେତେବେଳେ ମୌଳିକ ଅଧିକାରକୁ ନିଲମ୍ବିତ କରିଦିଆଯାଏ ଏମିତି ହୋଇଥାଏ ।’

ଉଲ୍ଲେଖଯୋଗ୍ୟ, ହିଜାବ ବିବାଦ ମଧ୍ୟରେ କର୍ଣ୍ଣାଟକରେ ସୋମବାରଠାରୁ ୧୦ ମ ପର୍ଯ୍ୟନ୍ତ କ୍ଲାସ ଖୋଲିଛି ।

Get real time updates directly on you device, subscribe now.