fbpx

ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପୁଣ୍ୟ ମାସ କାର୍ତ୍ତିକ ନୀତି, ରାଧାଦାମୋଦର ବେଶରେ ଶ୍ରୀଜିଉ

Advertisement

ଓଡିଶା ଭାସ୍କର; ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପୁଣ୍ୟ ମାସ କାର୍ତ୍ତିକ ନୀତି । ଏହି ଅବସରରେ ଶ୍ରୀଜିଉଙ୍କ ରାଧାଦାମୋଦର ବେଶରେ ଦର୍ଶନ ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ପ୍ରତିବର୍ଷ କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ରାଧାଦାମୋଦର ବେଶ କରାଯାଇଥାଏ । ତେବେ ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଆଜିଠାରୁ ଶ୍ରୀଜିଉଙ୍କ ପାଖରେ ବାଳଭୋଗ ନୀତି ଆରମ୍ଭ ହୋଇଛି । ଏହା ସହ ଶ୍ରୀକ୍ଷେତ୍ରରେ ମହିଳାମାନେ ସଂକଳ୍ପ କରି ନିଜର କାର୍ତିକ ବ୍ରତ ମଧ୍ୟ ଆରମ୍ଭ କରିଛନ୍ତି ।

ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳ ଦ୍ୱାରଫିଟା ନୀତି ଶେଷ ହେବା ପରେ ଶ୍ରୀଜିଉଙ୍କ ଅନ୍ୟାନ ନୀତି କାର୍ୟ୍ୟକ୍ରମ ଜାରି ରହିଛି । ତେବେ ଅବକାଶ ନୀତି ବଢିବା ପରେ ଶ୍ରୀଜିଉଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଥିଲା । ଏହା ପରେ ରାଧାଦାମୋଦର ବେଶରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁ।

Get real time updates directly on you device, subscribe now.