ସ୍ୱାଧୀନତା ଦିବସ ପାଳନକୁ ବିରୋଧ, ଗୁଳି ଚଳାଇ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା By Odisha Bhaskar Bureau Last updated Aug 17, 2022 at 8:05 AM Share କାଶ୍ମୀର : ସ୍ୱାଧୀନତା ଦିବସ ପାଳନ ହେବାର ଗୋଟିଏ ଦିନ ପରେ ଜାମ୍ମୁ କାଶ୍ମୀରରେ ହତ୍ୟା ମାମଲା ପୁଣି ସାମ୍ନାକୁ ଆସିଛି। ଆତଙ୍କବାଦୀମାନେ ଶୋପିଆନ୍ ରେ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇ କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣାରେ ମୃତକଙ୍କ ଭାଇ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାମ ସୁନୀଲ କୁମାର ଭଟ୍ଟ ଏବଂ ଭାଇଙ୍କ ନାମ ପିଣ୍ଟୁ କୁମାର ବୋଲି କୁହାଯାଉଛି। କାଶ୍ମୀର ଜୋନ୍ ପୋଲିସ ସୂଚନା ଦେଇଛି ଯେ ଶୋପିଆନ୍ର ଛୋଟିପୋରା ଠାରେ ଆପଲ୍ଅ ର୍କାର୍ଡରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏହି ସମୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି। ଘଟଣା ପରେ ପୋଲିସ ଏବଂ ସୁରକ୍ଷା ବାହିନୀ ମଧ୍ୟ ସତର୍କ ହୋଇଛନ୍ତି। ସୋମବାର ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଦୁଇଟି ଗ୍ରେନେଡ ଆକ୍ରମଣରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ସାଧାରଣ ନାଗରିକଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି। ପୋଲିସ ଏହି ସୂଚନା ଦେଇଛି। ଆତଙ୍କବାଦୀମାନେ ଏକ ଘଣ୍ଟା ମଧ୍ୟରେ ଦୁଇଟି ଗ୍ରେନେଡ ଆକ୍ରମଣ କରିଥିବା ପୋଲିସ କହିଛି। ପୋଲିସ କହିଛନ୍ତି ଯେ ପ୍ରଥମ ଆକ୍ରମଣ ବୁଦ୍ଧଗାମ ଜିଲ୍ଲାର ଚାଡୋରାସ୍ଥିତ ଏକ ସଂଖ୍ୟାଲଘୁ ବସ୍ତିରେ ହୋଇଥିବାବେଳେ ଦ୍ୱିତୀୟ ଆକ୍ରମଣ ଶ୍ରୀନଗରର ପୋଲିସ ନିୟନ୍ତ୍ରଣ କକ୍ଷରେ କରାଯାଇଥିଲା। ଆହୁରି ପଢନ୍ତୁ ‘ସରକାରୀ ସୁବିଧା ପାଇ କାମ କରିବାକୁ… Breaking: ସାର୍-ଦିଦିଙ୍କ ବଢ଼ିଲା ଦରମା, ଖବର… Share