ଶ୍ରୀନଗର: ଜମ୍ମୁ କାଶ୍ମୀର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ପୁଣି ତାଙ୍କ ବାସଭବନରେ ନଜର ବନ୍ଦୀ କରାଯାଇଛି । ସୂଚନା ଅନୁସାରେ ଶୋପିଆନ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ଆହତ ହୋଇଥିବା କାଶ୍ମୀର ପଣ୍ଡିତଙ୍କୁ ଭେଟିବାକୁ ମୁଫତି ଯାଇଥାନ୍ତେ । ଏହା ପୁର୍ବରୁ ତାଙ୍କୁ ଶ୍ରୀନଗରରେ ତାଙ୍କ ବାସଭବନରେ ନଜରବନ୍ଦି କରାଯାଇଛି ।
ମେହବୁବା ମୁଫତି ଏହି ବିଷୟରେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ଯେ ତାଙ୍କୁ ଆଜି ନଜରବନ୍ଦି କରିଦିଆଯାଇଛି । କାରଣ ସେ ଶୋପିଆନ ଅଞ୍ଚଳରେ କାଶ୍ମୀର ପଣ୍ଡିତଙ୍କ ପରିବାରକୁ ଭେଟିବା ପାଇଁ ଯିବାକୁ ଚାହୁଁଥିଲେ । ଏଥି ସହିତ ସେ କହିଛନ୍ତି ଯେ କେନ୍ଦ୍ର ସରକାର ଜାଣିଶୁଣି କାଶ୍ମୀର ଲୋକ ଏବଂ ପଣ୍ଡିତ ମାନଙ୍କ ପଳାୟନ ବିଷୟରେ ଭୁଲ ଖବର ପ୍ରଚାର କରୁଛନ୍ତି । କେନ୍ଦ୍ର ସରକାର ଚାହୁଁ ନାହାନ୍ତି ଯେ ବିଭାଜନକାରୀମାନଙ୍କ ପର୍ଦାଫାସ ହେଉ ।
ଚଳିତ ମାସ ୪ ତାରିଖରେ ଶୋପିଆନ ଜିଲ୍ଲାର ଚୋଟିଗ୍ରାମରେ କାଶ୍ମୀର ପଣ୍ଡିତଙ୍କ ଦୋକାନ ମାଲିକ କୃଷ୍ଣ ଭଟ୍ଟଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ତାଙ୍କ ଦୋକାନ ଆଗରେ ତାଙ୍କୁ ଆତଙ୍କୀ ଗୁଳି ମାରି ଦେଇଥିଲେ । କୃଷ୍ଣଙ୍କ ପରିବାରର ଏକ ମେଡିକାଲ ଷ୍ଟୋର ଅଛି ।