fbpx

ବଦ୍ରୀନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଉପରେ ଆସିଲା ବଡ ଖବର, ଏହିଦିନ ବନ୍ଦ ହେବ ଦ୍ୱାର

ଡେରାଡୁନ: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବଦ୍ରୀନାଥ, କେଦାରନାଥ, ଗଙ୍ଗୋତ୍ରୀ ସହିତ ଚାରିଧାମର ଦ୍ୱାର ବନ୍ଦ ହେବା ନେଇ ତାରିଖର ଘୋଷଣା କରିଦିଆଯାଇଛି । ଶ୍ରୀବଦ୍ରୀନାଥ ଧାମର ଦ୍ୱାର ବନ୍ଦ ହେବାର ତାରିଖ ୨୪ ଅକ୍ଟୋବରରେ ହିଁ ଧାର୍ଯ୍ୟ କରାଯିବ । ସେହିପରି ୧୫ ନଭେମ୍ବରରେ ଭାଇଦୁଜ ଅବସରରେ କେଦାରନାଥର ଦ୍ୱାର ବନ୍ଦ ହେବ ।

୧୪ ନଭେମ୍ବର ଓ ୧୫ ନଭେମ୍ବରରେ ଯଥାକ୍ରମେ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀର ଦ୍ୱାର ବନ୍ଦ କରାଯିବ । ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଦ୍ୱାର ବନ୍ଦ ହେବାର ତାରିଖ ଘୋଷଣା କରିବା ପାଇଁ ବଦ୍ରୀନାଥ ମନ୍ଦିର ପରିସରରେ ଧାର୍ମିକ ସମାରୋହର ଆୟୋଜନ କରାଯିବ । ରାଉଳ ଓ ଧର୍ମାଧିକାରୀ ପଞ୍ଚାଙ୍ଗ ଗଣନା କରିବା ପରେ ଦ୍ୱାର ବନ୍ଦ ହେବାର ଶୁଭ ମୁହୂର୍ତ୍ତ ଘୋଷଣା କରିବେ ।

ଶ୍ରୀକେଦାରନାଥ ଧାମର ଦ୍ୱାର ପରମ୍ପରାଗତ ଭାବରେ ୧୫ ନଭେମ୍ବର ବୁଧବାର ଭାଇଦୁଜ ଅବସରରେ ବନ୍ଦ ହେବ । ଭଗବାନ କେଦାରନାଥଙ୍କ ପଞ୍ଚମୁଖୀ ଉତ୍ସବମୂର୍ତ୍ତି ଶୀତକାଳୀନ ପ୍ରବାସ ଶ୍ରୀ ଓଁକାରେଶ୍ୱର ମନ୍ଦିର ଉଖୀମଠରେ ପହଞ୍ଚିବ । ଶ୍ରୀ ଗଙ୍ଗୋତ୍ରୀ ଧାମର ଦ୍ୱାର ଅନ୍ନକୁଟ ଅବସରରେ ୧୪ ନଭେମ୍ବର ପୂର୍ବାହ୍ନ ୧୧ଟା ୪୫ ମି. ଓ ଯମୁନୋତ୍ରୀ ଧାମର ଦ୍ୱାର ୧୫ ନଭେମ୍ବର ଶୀତକାଳୀନ ଅବଧିରେ ବନ୍ଦ ରହିବ । ଏଠାରେ ସୂଚାଇ ଦିଆଯାଇପାରେ କି ମୌସୁମୀ ଆସିବା ପରେ ଚାରି ଧାମ ଯାତ୍ରୀଙ୍କ ସଂଖ୍ୟା କିଛି ହ୍ରାସ ପାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବର୍ଷା କମିଯିବାପରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ।

Get real time updates directly on you device, subscribe now.