fbpx

ଗୁଗୁଲ ପ୍ଲେ ଷ୍ଟୋରରେ ଆପ ଡାଉନଲୋଡ କରୁଥିଲେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ: ନଚେତ୍ ହୋଇପରେ ଆପଣଙ୍କ ଫୋନ ହ୍ୟାକ୍

ଆଜିକାଲି ଟେକ୍ନୋଲୋଜି ସମୟରେ ଆମେ ସମେସ୍ତେ ସ୍ମାର୍ଟ ଫୋନର ଉପରେ ନିର୍ଭରଶୀଳ । ଆମେ ଏହି ଫୋନର ଫିଚର ଏବଂ କ୍ୱାଲିଟ ସହ ଏଥିରେ ଥିବା ଗୁଗଲ ପ୍ଲେ ଷ୍ଟୋରର ମଧ୍ୟ ବହୁଳ ବ୍ୟବହାର କରିଥାଉ । ତେବେ ଏହି ସ୍ମାର୍ଟ ଫୋନର ଲୋକପ୍ରିୟତା ଏବଂ ଏହାର ବ୍ୟବହାର ବର୍ତ୍ତମାନ ଅନେକ ଅପରାଧକୁ ମଧ୍ୟ ବୃଦ୍ଧି କରୁଛି ।

ଏହି ସ୍ମାର୍ଟ ଫୋନ ମାଧ୍ୟମରେ ବିଭିନ୍ନ ପ୍ରକାର ସାଇବର କ୍ରାଇମ ହେବା ସହ ହ୍ୟାକିଙ୍ଗି ମଧ୍ୟ ବୃଦ୍ଧି ପାଇଛି । ତେବେ ହ୍ୟାକରମାନେ ୟୁଜର୍ସଙ୍କ ବିନା ଅନୁମତିରେ ପ୍ଲେ ଷ୍ଟୋରରେ ଥିବା ଆପ୍ କିମ୍ବା ଲିଙ୍କ ଜରୀଆରେ ଆଇଫୋନ କିମ୍ବା ଆଣ୍ଡ୍ରୋୟଡ ଫୋନରେ ବିପଦପୂର୍ଣ୍ଣ ମେଲୱାର (Dangerous Malwear) ଲଗାଇ ୟୁଜର୍ସମାନଙ୍କୁ ଟାର୍ଗେଟ୍ କରୁଛନ୍ତି । ତେବେ ଆପଣ ଯଦି ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି ଏବଂ ଗୁଗଲ ପ୍ଲେ ଷ୍ଟୋରରେ ଆପ୍ ଡାଉନଲୋଡ କରୁଛନ୍ତି ତେବେ କିଛି ଦିଗ ପ୍ରତି ଆପଣଙ୍କୁ ଧ୍ୟାନ ଦେବା ଆବଶ୍ୟକ । ନଚେତ୍ ଆପଣଙ୍କ ଫୋନ ମଧ୍ୟ ହ୍ୟାକ ହେବାର ଅନେକ ଆଶଙ୍କା ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ପ୍ଲେ ଷ୍ଟୋରରେ ଆପ ଡାଉନଲୋଡ ସମୟରେ କେଉଁ ଦିଗ ଧ୍ୟାନ ଦେବା ଉଚିତ୍ ।

ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରରୁ ଆପ୍ ଡାଉନଲୋଡ କରିବା ସମୟରେ ସତର୍କ ରହିବା ନିହାତି ଜରୁରୀ । ନଚେତ୍ ଆପଣ ସାଇବର କ୍ରାଇମ ଶିକାର ହୋଇପାରନ୍ତି । ତେଣୁ ଏହି ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରରୁ କୌଣସି ଆପ୍ ଡାଉନଲୋଡ କରିବା ପୂର୍ବରୁ ଏହାର ପ୍ରମୁଖ ଚେତାବନୀ ଉପରେ ଧ୍ୟାନ ଦେବା ଆବଶ୍ୟକ ।

ଜାଣନ୍ତୁ ଆପ୍ ଡାଉନଲୋଡ ସମୟରେ ଦେଖାଉଥିବା ସତର୍କ ସୂଚନା:

୧-ସ୍ପିଡ କ୍ଲିନ, ରକେଟ୍ କ୍ଲିନ ଏବଂ ସୁପର କ୍ଲିନ ପରି ଆପକୁ କେବେବି ଫୋନରେ ଡାଉନଲୋଡ କରନ୍ତୁ ନାହିଁ । ଏହିଭଳି କିଛି ଆପରୁ ବିପଦପୂର୍ଣ୍ଣ ମେଲୱାରର ସଙ୍କେତ ମିଳିଛି ।

୨-ବିଶ୍ୱାସନୀୟ ଆପ୍ ସୋର୍ସ(Source)ରୁ ଯେକୌଣସି ଆପ୍ ଡାଉନଲୋଡ କରିବା ସମୟରେ ସେଠାରେ ଦେଇଥିବା ଫିଡବ୍ୟାକ ( FeedBack) କିମ୍ବା ରିଭ୍ୟୁ (Rivew) କୁ ଦେଖି ନିଅନ୍ତୁ ।

୩-ଆପଣ ଆପ୍ ଡାଉନଲୋଡ କରିବା ପୂର୍ବରୁ ଏହାର ସଂଖ୍ୟା ଯାଞ୍ଚ କରିନିଅନ୍ତୁ । ଗୋଟିଏ ନୂଆ ଆପ୍ ପାଇଁ ଅନେକ ସଂଖ୍ୟକ ଡାଉନଲୋଡ ଦାବି କରିବା ଏକ ପ୍ରକାର ଚେତାବନୀ ହୋଇଥାଏ । କାରଣ ଏହିଭଳି ଉପାୟରେ ହ୍ୟାକରମାନେ ୟୁଜର୍ସମାନଙ୍କୁ ଟାର୍ଗେଟ୍ କରିଥାନ୍ତି ।

୪-ଆପ୍ ନିର୍ମାତାମାନେ ଗୁଗଲ ପ୍ରେ ଷ୍ଟୋରରେ ଆପ୍ର ସମ୍ପୂର୍ଣ୍ଣ ବିବରଣି ଉଲ୍ଲେଖ କରିଥାନ୍ତି । ଯେଉଁଥିରେ ଆପର ଅନୁମତି ମଧ୍ୟ ସାମିଲ ଥାଏ । ଯାହକୁ ଆପଣଙ୍କ ଫୋନରେ ଆକ୍ସିସ କରିବାକୁ ପଡିଥାଏ ।

୫-ତେବେ ଡାଉନଲୋଡ କରିଥିବା ଆପର ନିର୍ମାତାମାନଙ୍କୁ ପ୍ରଥମେ ଖୋଜନ୍ତୁ ଏହଂ ସେ ଅନ୍ୟକିଛି ଆପ୍ ପ୍ରସ୍ତୁତ କରିଛନ୍ତି କି ନାହିଁ ଦେଖନ୍ତୁ । ଯଦି ସେ ଅନ୍ୟ ଆପ୍ ପ୍ରସ୍ତୁତ କରିଛନ୍ତି ତେବେ ସେ ଆପର ରିଭ୍ୟୁକୁ ମଧ୍ୟ ଯାଞ୍ଚ କରନ୍ତୁ ।

Get real time updates directly on you device, subscribe now.