fbpx

ମାଗଣା ୨୦୦ ୟୁନିଟ୍ ବିଦ୍ୟୁତ ଯୋଗାଇଦେବା ପ୍ରସଙ୍ଗ: ଅନଶନ ପ୍ରତ୍ୟାହାର ପାଇଁ କେଜରିୱାଲଙ୍କ ଆହ୍ୱାନ

ଭୁବନେଶ୍ୱର, ୧୬ା୪ (ଓଡିଶା ଭାସ୍କର): ଗତ ୭ ତାରିଖରୁ ଚାଲିଆସିଥିବା ଅନଶନକୁ ପ୍ରତ୍ୟାହାର କରିବା ପାଇଁ ଆମ୍ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜିରୱାଲ ଅନୁରୋଧ କରିଛନ୍ତି । କରୋନାର ସ୍ଥିତି ସୁଧୁରିବା ପରେ ପୁଣି ଏହି ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି । ଦେଶରେ କୋଭିଡ୍ ସଂକ୍ରମଣକ ବୃଦ୍ଧି ପାଉଥିବାରୁ କେଜରିୱାଲ ଏହି ପଦକ୍ଷେପ ନେଇଛନ୍ତି । ଗତ ୭ ତାରିଖରୁ ଭୁବନେଶ୍ୱରଠାରେ ଏଏପିର ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା । ରାଜ୍ୟବାସୀଙ୍କୁ ମାଗଣା ୨୦୦ ୟୁନିଟ୍ ବିଦ୍ୟୁତ ଯୋଗାଇଦେବା ଏହି ଅନଶନର ମୁଖ୍ୟ ଥିଲା ।

ନିଶିକାନ୍ତ କହିଥିଲେ ଯେ, ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଦ୍ୟୁତ ବିତରଣକୁ ଘରୋଇକରଣ କରିଥିଲା । ସରକାର ବିଦ୍ୟୁତ କମ୍ପାନୀମାନଙ୍କର କ୍ଷତିକୁ ଭରଣା କରିବାକୁ ଯାଇ ବିଦ୍ୟୁତ ରେଟ୍ ବଢ଼ାଇ ଚାଲିଛନ୍ତି । ଦିଲ୍ଲୀରେ ବିଦ୍ୟୁତ ଉତ୍ପାଦନ ନହୋଇ ମଧ୍ୟ ସରକାର ସେଠାରେ ଲୋକଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ ଯୋଗାଇ ଦେଉଛନ୍ତି । ମାତ୍ର ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ହେଉଥିଲେ ମଧ୍ୟ ସରକାର ମାଗଣାରେ ବିଦ୍ୟୁତ ଯୋଗାଇବା ତ ଦୂରର କଥା, ବାରମ୍ବାର ବିଦ୍ୟୁତ ରେଟ୍ ବଢ଼ାଇ ଚାଲିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଜଳ, ବିଜୁଳି ପରି ମୌଳିକ ଆବଶ୍ୟକତାରୁ ଜନସାଧାରଣଙ୍କୁ ବଞ୍ଚିତ କରିବା ଅନୁଚିତ ବୋଲି ନିଶିକାନ୍ତ ମତବ୍ୟକ୍ତ କରିଥିଲେ ।

Get real time updates directly on you device, subscribe now.