fbpx
BJD SKY
BJD SKY

(video)ଜେଲ୍‌ରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏପରି ଭିଡିଓ ବାର୍ତ୍ତା ପଠାଇଲେ କେଜ୍ରିୱାଲ, ପଢିବା ବେଳେ ପତ୍ନୀ ସୁନୀତା ହୋଇପଡିଲେ ଭାବୁକ

BJD

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଜେଲ୍‌ରୁ କେଜ୍ରିୱାଲ ପଠାଇଥିବା ବାର୍ତ୍ତା ପଢି ଶୁଣାଇଛନ୍ତି । ଜେଲ୍‌ରୁ କେଜ୍ରିୱାଲ ଲେଖିଛନ୍ତି, ମୋ ପ୍ରିୟ ଦେଶବାସୀ, ମୋତେ ଗିରଫ କରିନିଆଯାଇଛି । ମୁଁ ଭିତରେ ରୁହେ କି ବାହାରେ ପ୍ରତି ମୁହୂର୍ତ୍ତରେ କିନ୍ତୁ ଦେଶସେବା କରିବି । ମୋ ଜୀବନର ଗୋଟିଏ ଗୋଟିଏ ମୁହୂର୍ତ୍ତ ଦେଶପାଇଁ ସମର୍ପିତ ।

ସଂଘର୍ଷ ପାଇଁ ହିଁ ଏହି ପୃଥିବୀ ପୃଷ୍ଠରେ ମୋର ଜନ୍ମ ହୋଇଛି । ତେଣୁ ଏହି ଗିରଫଦାରୀ ମୋତେ କିଛି ଚକିତ କରିନାହିଁ । ପୂର୍ବ ଜନ୍ମରେ ମୁଁ ନିଶ୍ଚିତ କିଛି ପୁଣ୍ୟ କରିଛି ଯଦ୍ୱାରା ମୁଁ ଭାରତରେ ଜନ୍ମ ହୋଇଛି । ଆମେ ପୁଣି ମିଳିମିଶି ଭାରତକୁ ମହାନ୍ କରି ଗଢି ତୋଳିବା । ଦେଶ ମଧ୍ୟରେ ଓ ବାହାରେ ଏପରି ବହୁ ଶକ୍ତି ରହିଛନ୍ତି ଯାହା ଭାରତକୁ ଦୂର୍ବଳ କରି ଦେଉଛନ୍ତି । ତେବେ ଆମେ ସମସ୍ତେ ସଚେତ ରହି ଏପରି ଶକ୍ତିକୁ ଚିହ୍ନିବା ଓ ସେମାନଙ୍କୁ ହରାଇବା । ଭାରତ ମଧ୍ୟରେ ବହୁତ ଶକ୍ତି ରହିଛି ଓ ବହୁ ଦେଶଭକ୍ତ ରହିଛନ୍ତି ଯେଉଁମାନେ ଭାରତକୁ ଆଗକୁ ନେବାକୁ ଚାହୁଁଛନ୍ତି । ଏହି ଶକ୍ତିଙ୍କ ସହ ଜଡିତ ରହି ଦେଶକୁ ମଜଭୁତ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆହୁରି କହିଛନ୍ତି କି, ଦିଲ୍ଲୀର ମା’ ଭଉଣୀମାନେ ଭାବୁଥିବେ ମୁଁ ଜେଲ୍‌ରେ ରହିବା ଫଳରେ ସେମାନଙ୍କୁ ମିଳୁଥିବା ୧୦୦୦ଟଙ୍‌କା ଆଉ ମିଳିବ ନାହିଁ ବୋଲି । ସେ କହିଛନ୍ତି ଆଜିଯାଏ ଏପରି ବନ୍ଦୀ ଗୃହ ତିଆରି ହୋଇନାହିଁ ଯାହା ଆପଣମାନଙ୍କ ଭାଇ ଓ ପୁଅକୁ ଜେଲ୍ ଭିତରେ କଏଦ କରି ରଖିଦେବ । ମୁଁ ଖୁବ୍ ଶୀଘ୍ର ବାହାରକୁ ଆସିବି ଓ ମୋ ପ୍ରତିଶ୍ରୁତି ପୂରଣ କରିବି । ଆପଣଙ୍କ ଭାଇ ଓ ପୁଅ ଲୁହାରେ ତିଆରି । ଆପଣ ସମସ୍ତଙ୍କୁ ମୋର ବିନତୀ ମନ୍ଦିର ଯାଇ ଭଗବାନଙ୍କୁ ମୋ ପାଇଁ ଆଶୀର୍ବାଦ ମାଗନ୍ତୁ ।

Get real time updates directly on you device, subscribe now.