fbpx

କେଜରିୱାଲଙ୍କ ଜାମିନ ଆବେଦନ ଶୁଣାଣି ଜାରି

ନୂଆଦିଲ୍ଲୀ: ଆଜି ସୁପ୍ରିମ କୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଚାଲିଥିବା ମଦ ଦୁର୍ନୀତି ମାମଲାରେ ହୋଇଥିବା ଗିରଫଦାରୀକୁ ନେଇ ଶୁଣାଣି ଚାଲିଛି । ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଛି । ତେବେ ଆଜିର ଶୁଣାଣି ପରେ କେଜରିୱାଲଙ୍କୁ ଜାମିନ ମିଳିବ କି ନାହିଁ ତା ଉପରେ ଏବେ ସମସ୍ତଙ୍କ ନଜର ।
ଆଜି ଚାଲିଥିବା ଶୁଣାଣି କାଳରେ କେଜରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଘବି କୋର୍ଟଙ୍କୁ ଜଣାଇଛନ୍ତି କି, ଏହି ଏଫଆଇଆରର ୮ ମାସ ପରେ କେଜରିଓା୍ୱଲଙ୍କୁ ପଚରା ଉଚରା ପାଇଁ ଡକା ଯାଇଛି । ପିଏମଏଲଏ ଅନ୍ତର୍ଗତ ଦ୍ୱିପାକ୍ଷିକ ସର୍ତ୍ତର ବ୍ୟବସ୍ଥା ରହିଛି । ଏପରି କଠୋର ନିୟମ ସତ୍ତେ୍ୱ ଆମ ସପକ୍ଷରେ ଦୁଇଟି ନିଷ୍ପତ୍ତି ରହିଛି ।
ଆଗକୁ ସିଂଘବି କୋର୍ଟକୁ କହିଛନ୍ତି କି, ଚଳିତ ବର୍ଷ ମାର୍ଚ୍ଚରେ ଖାଲି ସିବିଆଇ ନୁହେଁ, କେଜରିୱାଲଙ୍କୁ ଇଡି ଗିରଫ କରିଥିଲା । ଏହି ମାମଲାରେ ସିବିଆଇ ଦୁଇ ବର୍ଷ ପରେ କେଜରିଓା୍ୱଲଙ୍କୁ ଗିରଫ କରିଛି । ତେବେ ଏମିତି କେଶରେ ପିଏମଏଲଏର ସେମିତି କୌଣସି ବ୍ୟବସ୍ଥା ନାହିଁ ।
ସିଂଙ୍ଘବି ପୁଣି କହିଥିଲେ କି, ତିନୋଟି ଆଦେଶ ମୋ ସପକ୍ଷରେ ଅଛି । ଏପରି ଗିରଫଦାରୀ ଏଥିପାଇଁ ହୋଇଛି, ଯେମିତି କେଜରିୱାଲ ଜେଲରେ ହିଁ ରହିପାରିବେ । ଇଡି ମାମଲାରେ ନିମ୍ନ ଅଦାଲତ ଜାମିନ ପ୍ରଦାନ କରିଥିଲେ, କିନ୍ତୁ ହାଇକୋର୍ଟ ମୌଖିକ ରୂପେ ଏହା ଉପରେ ରୋକ ଲଗାଇଛନ୍ତି ।
ଏଥିସହ ସିଂଘବି ଆଗକୁ କହିଛନ୍ତି କି, ଇଡି ଗିରଫଦାରୀ ଉପରେ ସୁପ୍ରିମ କୋର୍ଟ ମଧ୍ୟ ସମାଲୋଚନା କରିଥିଲେ । ସେତେବେଳେ କୋର୍ଟ କହିଥିଲେ, ଗିରଫଦାରୀ ଅଧିକାରୀଙ୍କ ମନମୁଖୀ ଭାବେ ହୋଇପାରିବ ନାହିଁ । ଆହୁରି ଯାଞ୍ଚ ଉଦ୍ଦେଶ୍ୟରେ ମଧ୍ୟ ଗିରଫଦାରୀକୁ ନାପସନ୍ଦ କରିଥିଲେ କୋର୍ଟ । ତେଣୁ ଅଭିଷେକ ମନୁ ସିଂଘବି କୋର୍ଟଙ୍କୁ କେଜରିୱାଲଙ୍କୁ ଜାମିନ ଦେବାକୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.