fbpx

ଅଜବ ଗଜବ SOCIAL MEDIA ପ୍ରେମ: ୭୫୦ ଗ୍ରାମ ସୁନା ଉପହାର ଦେଇ ଚର୍ଚ୍ଚାରେ ଦଶମ ଛାତ୍ର

ନୂଆଦିଲ୍ଲୀ: ଆପଣ ନିଜ ବନ୍ଧୁଙ୍କୁ କଣ ଗିଫ୍ଟ କରିପାରିବେ । କେରଳର ଜଣେ ଦଶମ ଶ୍ରେଣୀ ଛାତ୍ର ନିଜର ଫେସବୁକ ବନ୍ଧୁଙ୍କୁ ୭୫ ତୋଳା (୭୫୦ ଗ୍ରାମ) ସୁନା ଉପହାର ଦେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରାୟ ୩୭ ଲକ୍ଷ ଟଙ୍କା ମୂଲ୍ୟର ଏହି ସୁନାକୁ ନିଜ ଘରୁ ଲୁଚାଇ ଫେସବୁକ ବନ୍ଧୁଙ୍କୁ ଦାନ କରିଥିଲେ ଛାତ୍ର ଜଣକ । ଶିବିନ ନାମକ ଜଣେ ଯୁବକ ତାଙ୍କ ନିକଟରେ ପଇସା ନଥିବା ନେଇ ବର୍ଷେ ତଳେ ଫେସବୁକରେ ପୋଷ୍ଟ କରିଥିଲେ । ଏହାକୁ ପଢି ୧୫ ବର୍ଷୀୟ ଛାତ୍ର ଜଣକ ନିଜ ଘରର ଖଟତଳେ ଗୋପନରେ ରଖାଯାଇଥିବା ସୁନା ଶିବିନକୁ ଦେଇଥିଲେ । ଶିବିନ ଉକ୍ତ ସୁନାକୁ ବିକି ନିଜ ଉଧାର ଶୁଝିବା ସହିତ ଘରେ ୯.୮ ଲକ୍ଷ ଟଙ୍କା ରଖିଥିଲେ ।

ଛାତ୍ରଙ୍କ ମା’ ଘରୁ ସୁନା ଗାଏବ ଥିବା ଦେଖି ପୋଲିସରେ ଅଭିଯୋଗ କରିଥିଲେ । ତଦନ୍ତରେ ଶିବିନଙ୍କ ନାମ ଆସିବାକୁ ପୋଲିସ ଶିବିନ ଓ ତାଙ୍କ ମାଙ୍କୁ ଗିରଫ କରିଥିଲା । ତେବେ ଶିବିନ କହିଥିଲେ କି ସେ ମାତ୍ର ୨୭ ତୋଳା ସୁନା ନେଇଛନ୍ତି ବାକି ସୁନା ସମ୍ପର୍କରେ ତାଙ୍କୁ ଜଣା ନାହିଁ ।

ପୁଲିସ ବି କନଫ୍ୟୁଜ: ଛାତ୍ର ଜଣଙ୍କ କହିବା ଅନୁସାରେ ପଲକ୍କଡ ଜିଲ୍ଲାର ଆଉ ଜଣେ ଯୁବକଙ୍କ ସହିତ ଇନଷ୍ଟାଗ୍ରାମରେ ତାଙ୍କର ବନ୍ଧୁତା ହୋଇଥିଲା । ଏହାପରେ ସେ ୪୦ ତାଙ୍କୁ ୪୦ ତୋଳା ସୁନା ପ୍ରଦାନ କରିଥିଲେ । ମାତ୍ର ସୁନା ମିଳିବା ପରେ ପରେ ସେ ତାକୁ ଇନଷ୍ଟାରୁ ବ୍ଲକ କରି ଦେଇଥିଲେ । ପୋଲିସ ଏହି ଘଟଣାକୁ ନେଇ ଏବେବି ଦ୍ୱନ୍ଦ୍ୱରେ ରହିଥିବା ବେଳେ ୭୫ ତୋଳା ସୁନା ହରାଇ ଛାତ୍ରଙ୍କ ମା ଏବେେ ଚିନ୍ତାରେ ଅଛନ୍ତି ।

Get real time updates directly on you device, subscribe now.