କାଲି ଲଗ୍ନରେ ଅବସ୍ଥାନ କରିବେ କେତୁ: ଘରେ ଘରେ ହେବ ଝଗଡ଼ା, ଜାଣନ୍ତୁ କାରଣ
ଶନିଙ୍କ ନକ୍ଷତ୍ରରେ ମଙ୍ଗଳ, ତିନି ରାଶିର ଲୋକ ରୁହନ୍ତୁ ସାବଧାନ। ଆସିପାରେ ବଡ଼ ସମସ୍ୟା।
ଭୁବନେଶ୍ୱର: ରାତି ପାହିଲେ ନୂଆ ବର୍ଷ। ଗାଁରୁ ସହର ସବୁଠି ନବ ବର୍ଷକୁ ଅପେକ୍ଷା କରିଛନ୍ତି ଲୋକ। ମଦ ପିଉଥିବା ଲୋକଙ୍କର ହୋଇ ପାରେ ସର୍ବନାଶ। ତେବେ କିପରି କଟିବ ନୂଆ ବର୍ଷର ପ୍ରଥମ ଦିନ।
କେଉଁ ରାଶିର ଲୋକ ହେବେ ସାବଧାନ। କେଉଁ ରାଶିର ଲୋକଙ୍କ ପାଇଁ ହେବ ଶୁଭା ଶୁଭ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତି କାଲି ସବୁଠୁ ବଳବାନ ରହିବେ ମଙ୍ଗଳ। ମଙ୍ଗଳ ଆସନ୍ତା କାଲି କର୍କଟ ରାଶିରେ ରହିବେ, ଏବଂ ପୁଷ୍ୟା ନକ୍ଷତ୍ରରେ ଅବସ୍ଥାନ କରିବେ।
ତେବେ ମଙ୍ଗଳ ଶନିଙ୍କ ନକ୍ଷତ୍ର(ପୁଷ୍ୟା)ରେ ବସିଥିବାରୁ, ମଙ୍ଗଳ ଶନିଙ୍କ ରିଲେଟେଡ୍ ଫଳ ପ୍ରଦାନ କରିବେ। ଯେହେତୁ ଶନି କାଲି ଷଷ୍ଠ ଘରେ ରହିବେ ସେଥିପାଇଁ ମଙ୍ଗଳ ତିନୋଟି ଦୃଷ୍ଟି ପଡ଼ୁଥିବା ରାଶିମାନଙ୍କର ଅଶୁଭ ଘଟିବ।
ମଙ୍ଗଳଙ୍କ ତୃତୀୟ ଦୃଷ୍ଟି କନ୍ୟା ରାଶିକୁ, ସପ୍ତମ ଦୃଷ୍ଟି ମକର ରାଶି ଓ ଅଷ୍ଟମ ଦୃଷ୍ଟି କୁମ୍ଭ ରାଶିକୁ ପଡ଼ୁଛି। ଏହି ତିନି ରାଶିର ଲୋକଙ୍କ ପାଇଁ ରହିବ ସାବଧାନତା। ଲଗ୍ନରେ କେତୁ ଥିବାରୁ କନ୍ୟା ରାଶିର ଲୋକଙ୍କ ପାଇଁ ଅଣ୍ଟା ଜନିତ ସମସ୍ୟା ଆସିପରେ।
ସେହିପରି ସପ୍ତମରେ ରାହୁ ଥିବାରୁ ଘରେ ଘରେ ହେବ ଝଗଡ଼ା। ବିଶେଷ କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖାଦେବ। ସେଥିପାଇଁ କପୁଲ ମାନେ ବି ସାବଧାନ ରହିବା ସହ ବାଣୀରେ ଲଗାମ ରଖିବା ଉଚିତ।
ସବୁଠୁ ବଡ଼କଥା ହେଉଛି ଆଜି ଦିନରେ ମଙ୍ଗଳ ଉଚ୍ଚରେ ରହୁତିବାରୁ ନିଶା ଦ୍ରବ୍ୟ ଗ୍ରହଣ କରୁଥିବା ଲୋକ ସାବଧାନ ରହିବା ଆବଶ୍ୟକ। କୌଣସି ସମୟରେ ବି ଆସିପାରେ ବିପଦ।