fbpx

‘KGF’ ଫେମ୍ ଅଭିନେତା କୃଷ୍ଣ ଜି ରାଓଙ୍କ ପରଲୋକ

ନୂଆଦିଲ୍ଲୀ: ୟଶ ଷ୍ଟାରର୍ ଫିଲ୍ମ ‘କେଜିଏଫ୍’ ଫେମ୍ ଅଭିନେତା କୃଷ୍ଣ ଜି ରାଓ ଆଉ ଆମ ଗହଣରେ ନାହାଁନ୍ତି । ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇପଡିଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ୭୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

ତେବେ କେଜିଏଫ୍ ଫ୍ରାଞ୍ଚାଇଜ୍ ସହିତ ପ୍ରସିଦ୍ଧ କୃଷ୍ଣ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ନିକଟରେ ତାଙ୍କୁ ବେଙ୍ଗାଲୁରୁର ସୀତା ସର୍କଲ ନିକଟ ବିନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

KGF Fame Krishna G Rao Rushed To Hospital After Complaining Of Exhaustion

ଖବର ଅନୁଯାୟୀ, ଅଭିନେତା ଜଣକ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ ଏବଂ ଥକ୍କାପଣ ଅନୁଭବ କରିବାକୁ ତାଙ୍କୁ ରାତି ଅଧରେ ନିକସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

୨୦୧୮ ରେ ‘କେଜିଏଫ୍-ଚ୍ୟାପ୍ଟର ୧’ ରିଲିଜ୍ ହେବା ପରେ ସେ ୩୦ ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଦ୍ୱିତୀୟ ଚ୍ୟାପ୍ଟର ପରେ ସେ ପ୍ରାୟ ୧୫ ଟି ଫିଲ୍ମରେ ଅଭିନୟ କରିଥିଲେ । ଟିଭି ୯ କନ୍ନଡ ସହ ବାର୍ତ୍ତାଳାପରେ କୃଷ୍ଣ ରାଓ କହିଥିଲେ ଯେ, କେଜିଏଫ ପରେ ସେ ୩୦ ଟି ଫିଲ୍ମରେ କାମ କରିଛନ୍ତି ।

Get real time updates directly on you device, subscribe now.