fbpx

ଖଲିସ୍ତାନୀ ପନ୍ନୁଙ୍କ ହତ୍ୟା ଷଡ଼ଯନ୍ତ୍ରକୁ ନେଇ ଆସିଲା ବଡ଼ ଅପଡେଟ୍‌, ଅଭିଯୁକ୍ତ ନିଖିଲ ଗୁପ୍ତାଙ୍କ ପ୍ରତ୍ୟାର୍ପଣ

Advertisement

ନୂଆଦିଲ୍ଲୀ: ଖଲିସ୍ତାନୀ ଗୁରୁପତବନ୍ତ ସିଂହ ପନ୍ନୁଙ୍କ ହତ୍ୟା ଷଡ଼ଯନ୍ତ୍ରରେ ଆଉ ଏକ ବଡ଼ ଅପଡେଟ୍ ସାମନାକୁ ଆସିଛି । ପନ୍ନୁଙ୍କ ହତ୍ୟା ଷଡ଼ଯନ୍ତ୍ର କରିଥିବା ଅଭିଯୁକ୍ତ ନିଖିଲ ଗୁପ୍ତା ଆମେରିକାକୁ ପ୍ରତ୍ୟାର୍ପଣ କରାଯାଇଛି । ବର୍ତ୍ତମାନ ତାଙ୍କୁ ଚେକ୍ ଗଣରାଜ୍ୟରୁ ଆମେରିକା ହସ୍ତାନ୍ତର କରାଯାଇଛି । ଏହି ଖବର ଗଣମାଧ୍ୟମର ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ବାସ୍ତବରେ ଗୁରୁପତବନ୍ତଙ୍କ ହତ୍ୟା ଷଡ଼ଯନ୍ତ୍ରରେ ୫୨ ବର୍ଷୀୟ ନିଖିଲ ଗୁପ୍ତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ଆମେରିକୀୟ ସରକାରଙ୍କ ଅନୁରୋଧ କ୍ରମେ ଗତ ବର୍ଷ ତାଙ୍କୁ ଚେକ୍ ଗଣରାଜ୍ୟରୁ ଗିରଫ କରାଯାଇଥିଲା । ଜୁନ ୧୭ରେ ସେ ନ୍ୟୁୟର୍କର ଫେଡେରାଲ କୋର୍ଟରେ ସେ ହାଜର ହୋଇପାରନ୍ତି ବୋଲି ଆଶା କରାଯାଉଛି । ବର୍ତ୍ତମାନ ନିଖିଲଙ୍କୁ ବ୍ରୁକଲିନରେ ଥିବା ଫେଡେରାଲ ମେଟ୍ରୋପଲିଟାନ ଡିଟେନସନ୍ ସେଣ୍ଟରରେ ତାଙ୍କୁ କଏଦୀ ଭାବରେ ରଖାଯାଇଛି । ଏହି ମାମଲାରେ ଫେଡେରାଲ କୋର୍ଟର ଓକିଲମାନେ ଅଭିଯୋଗ କରିଛନ୍ତି ଯେ ନିଖିଲ ଗୁପ୍ତା ପନ୍ନୁଙ୍କୁ ହତ୍ୟା କରିବା ପାଇଁ ଜଣେ ହିଟମ୍ୟାନଙ୍କୁ ନିଯୁକ୍ତ କରିଥିଲେ ଏବଂ ୧୫ ହଜାର ଆମେରିକୀୟ ଡଲାର ଆଡଭାନ୍ସ ମଧ୍ୟ ଦେଇଥିଲେ । ଏହି ମାମଲାରେ କେହି ଜଣେ ଭାରତୀୟ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସେମାନେ ଅଭିଯୋଗ କରିଥିଲେ । ତବେ ଭାରତ ଏଭଳି ମାମଲାରେ ସଂପୃକ୍ତ ଥବା କଥାକୁ ଖଣ୍ଡନ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.