ଖାନ୍‌ନଗରରେ ଭୁଶୁଡ଼ିଲା ମା’ଙ୍କ ତୋରଣ, ଚାପି ହୋଇଗଲା ୩ଟି କାର

କଟକ: ଶେଷ ହୋଇଛି ମା’ ଦୁର୍ଗାଙ୍କ ଦଶହରା ପର୍ବ । ବର୍ତ୍ତମାନ କଟକ ଖାନ୍‌ନଗରରେ ମା’ ଙ୍କ ତୋରଣ ଭୁଷୁଡ଼ିପଡ଼ିଥିବା ଖବର ସାମ୍ନାକୁ ଆସିଛି । ନେତାଜୀ ବସ୍ ଟର୍ମିନାଲ ନିକଟରେ ମା’ ଦଶଭୂଜାଙ୍କ ନିର୍ମିତ ସୁଉଚ୍ଚ ତୋରଣ ଭୁଶୁଡ଼ି ପଡ଼ିଛି । ଫଳରେ ଗୋଟିଏ କାର ଓ ୩ଟି ବାଇକ୍ ଚାପି ହୋଇଯାଇଥିବା ସୂଚନା ମିଳିଛି ।

ନିକଟରେ ରସୁଲଗଡ଼ ସ୍ଥିତ ଦୁର୍ଗା ପୂଜା ମଣ୍ଡପର ଲାଇଟ୍ ଗେଟ୍ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଭୁଶୁଡ଼ି ପଡ଼ିଥିଲା । କହିରଖୁଛୁ ଏହି ଲାଇଟ୍ ଗେଟର ଉଚ୍ଚତା ପ୍ରାୟ ୩୦ ଫୁଟ୍ ଥିଲା । ଏଥିରେ ଅନେକ ଡେକୋରେସନ୍ ସାମଗ୍ରୀ ନଷ୍ଟ ହୋଇଥିବାବେଳେ କୌଣସି ଜୀବନ  ହାନି ହୋଇନଥିଲା । ତେବେ ଖାନ୍‌ନଗରରେ ମା’ ଦୁର୍ଗାଙ୍କ ତୋରଣ ଭୁଶୁଡ଼ିପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ଖବର ସାମ୍ନାକୁ ଆସିନି ।

Get real time updates directly on you device, subscribe now.