IIJS 2025 ରେ ଖିମଜୀ ଜୁଏଲର୍ସ ପାଇଲା ‘ଲିଜେଣ୍ଡସ ଅଫ୍ ଦ ଇଣ୍ଡଷ୍ଟ୍ରି’ ଆଓ୍ୱାର୍ଡ

ମୁମ୍ୱାଇ/ ଭୁବନେଶ୍ୱର: ଓଡ଼ିଶା ଏବଂ ପୂର୍ବ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଭୁବନେଶ୍ୱରର ଖିମଜୀ ଜୁଏଲର୍ସ “ଲିଜେଣ୍ଡସ ଅଫ୍ ଦ ଇଣ୍ଡଷ୍ଟ୍ରି ” ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏହି ପୁରଷ୍କାର ପାଇବାରେ ଖିମଜୀ ଜୁଏଲର୍ସ ହେଉଛନ୍ତି ପୂର୍ବ ଭାରତର ପ୍ରଥମ ସଂସ୍ଥାନ।

ମୁମ୍ୱାଇ ଠାରେ ଅନୁଷ୍ଠିତ, ବାଣିଜ୍ୟ ମନ୍ତ୍ରଣାଳୟର ଜେମ୍ସ ଆଣ୍ଡ ଜୁଏଲରୀ ଏକ୍ସପୋର୍ଟ ପ୍ରମୋସନ କାଉନସିଲ (GJEPC) ଦ୍ୱାରା ଆୟୋଜିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଜୁଏଲରୀ ଶୋ (IIJS)ରେ ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମଜୀ ଏବଂ ସୁମିତ ଖିମଜୀ ଏହି ପୁରଷ୍କାର ଗ୍ରହଣ କରିଥିଲେ ଶ୍ରୀମତୀ ଅମୃତା ଫଡନଭିସଙ୍କଠାରୁ।

ଏହି ପୁରସ୍କାର ଅଳଙ୍କାର ଶିଳ୍ପରେ ଖିମଜୀ ଜୁଏଲର୍ସଙ୍କ ବହୁ ଦଶନ୍ଧି ଧରି ରହିଥିବା ଅବଦାନ ଏବଂ ଜାତୀୟ ତଥା ବିଶ୍ୱ ଅଳଙ୍କାର ମାନଚିତ୍ରରେ ଓଡ଼ିଶାର ଉପସ୍ଥିତିକୁ ଉଚ୍ଚ କରିବାରେ ଖିମଜୀ ଜୁଏଲର୍ସଙ୍କ ଭୂମିକାକୁ ସ୍ୱୀକୃତି ଦେଇଛି।

ଏହି ପୁରସ୍କାର ଅଳଙ୍କାର ଶିଳ୍ପରେ କାରିଗରୀ ଓ ନବସୃଜନ ପ୍ରତି ଏହି ବ୍ରାଣ୍ଡର ନିରନ୍ତର ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇଛି। ୮୫ ବର୍ଷ ପୂର୍ବେ ପ୍ରତିଷ୍ଠିତ, ଖିମଜୀ ଜୁଏଲର୍ସ ଓଡ଼ିଶା ଏବଂ ସାରା ଦେଶରେ ଏକ ଅତି ପରିଚିତ ନାମ ପାଲଟିଛି। ଯାହା ପରମ୍ପରାକୁ ଆଧୁନିକ ଡିଜାଇନ୍ ସହିତ ସଂମିଶ୍ରଣ କରିବା ପାଇଁ ଜଣାଶୁଣା।