‘ଆମ ଜୀବନର ସବୁଠୁ ବଡ଼ ଗିଫ୍ଟ..’, କିୟାରା- ସିଦ୍ଧାର୍ଥଙ୍କ ଘରକୁ ଆସିବ କୁନି ଅତିଥି

ମାଆ ହେବେ କିଆରା, ସେୟାର କଲେ ପୋଷ୍ଟ

ମୁମ୍ବାଇର: ବଲିଉଡ଼ ଦୀଭା କିୟାରା ଅଡଭାନୀ ମାଆ ହେବାକୁ ଯାଉଛନ୍ତି। ଅଭିନେତ୍ରୀ ଶୁକ୍ରବାର ଦିନ ଇନଷ୍ଟାଗ୍ରାମରେ ନିଜ ଗର୍ଭବତୀ ହେବାର ଖବର ଦେଇଛନ୍ତି। ଏହି କପଲ ନବ ଜନ୍ମିତ ଶିଶୁର ଏକ କ୍ୟୁଟ ସକ୍ସର ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସିଦ୍ଧାର୍ଥ ଏବଂ କିୟାରା ନିଜ ହାତରେ ଏହାକୁ ଧରିଛନ୍ତି।

କ୍ୟାପ୍ସନରେ କିୟାରା ଲେଖିଛନ୍ତି ଯେ, ଆମ ଜୀବନର ସବୁଠୁ ବଡ଼ ଗିଫ୍ଟ ଆସିବାକୁ ଯାଉଛି। ଫ୍ୟାନ୍ସମାନେ କିୟାରା ଏବଂ ସିଦ୍ଧାର୍ଥଙ୍କୁ ପ୍ୟାରେଣ୍ଟସ୍ କ୍ଲବରେ ସାମିଲ ହେବା ଲାଗି ଖୁବ ଅଭିନନ୍ଦନ ଜଣାଇଛନ୍ତି।

ଏହି ଦୁଇ କପଲ୍ ୭ ଫେବୃଆରୀ ୨୦୨୩ରେ କପଲ ଜୈସଲମେରର ସୂର୍ଯ୍ୟଗଢ ପ୍ୟାଲେସରେ ଖୁବ ଧୁମଧାମରେ ବିବାହ କରିଥିଲେ। ଏହି ବିବାହ ସେରିମନିରେ ସେମାନଙ୍କ ସଂପର୍କୀୟ ସାମିଲ ହୋଇଥିଲେ।

ୱାର୍କଫ୍ରଣ୍ଟରେ କିୟାରାଙ୍କ ଅପକମିଙ୍ଗ ଫିଲ୍ମ ‘ଡନ୍ ୩’ ରହିଛି। ଏହି ଫିଲ୍ମରେ ସେ ରଣବୀର ସିଂହଙ୍କ ସହ ନଜର ଆସିବେ। ସେହିପରି ସିଦ୍ଧାର୍ଥ ଫିଲ୍ମ ‘ପରମ ସୁନ୍ଦରୀ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। କିୟାରା ଆଡଭାନୀ ଗର୍ଭବତୀ ହେବାର ଖବର ତ ଦେଇଛନ୍ତି ହେଲେ ଡେଲିଭରୀ ତାରିଖକୁ ନେଇ କୌଣସି ସୂଚନା ଦେଇନାହାନ୍ତି।