fbpx

ଟି-୨୦ ବିଶ୍ୱକପରେ ଇଂଲଣ୍ଡକୁ ସମର୍ଥନ କରିବେ କାଏରନ୍ ପୋଲାର୍ଡ: ଦଳରେ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର କାଏରନ୍ ପୋଲାର୍ଡ ଏବେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଇଂଲଣ୍ଡ ଦଳକୁ ସମର୍ଥନ କରିବେ ପୋଲାର୍ଡ । ବିଶ୍ୱକପ ପାଇଁ ପୋଲାର୍ଡଙ୍କୁ ଇଂଲର୍ଡ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି । ଦଳରେ କୋଚିଂ ଷ୍ଟାଫ୍ ଭାବରେ ପୋଲାର୍ଡ ଦାୟିତ୍ୱ ନିର୍ବାହ କରିବେ । ତାଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିବା ସହ ବିଶ୍ୱକପ ହାତେଇବା ପାଇଁ ଉଦ୍ୟମ କରିବ । ତେବେ ମଧ୍ୟ କ୍ୟାରିୟରର ଦ୍ୱିତୀୟ ଇନିଂସକୁ ସଫଳତାର ସହ ଆରମ୍ଭ କରିବା ଲକ୍ଷ୍ୟରେ ରହିବେ କାଏରନ୍ ପୋଲାର୍ଡ ।

ଆସନ୍ତାବର୍ଷ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ତେଣୁ ଇଂଲଣ୍ଡ ଦଳର ଗୋଚିଂ ଷ୍ଟାଫ ଭାବରେ ସ୍ଥାନୀୟ ପରିସ୍ଥିତିକୁ ଭଲଭାବରେ ବୁଝି ପାରୁଥିବା ଜଣେ ଟି-୨୦ ସ୍ପେଶାଲିଷ୍ଟଙ୍କ ଆବଶ୍ୟକତା ରହିଥିଲା । ଏହି ସମୟରେ ଇଂଲଣ୍ଡ ପାଇଁ ସବୁଠାରୁ ଭଲ ବିକଳ୍ପ ହୋଇଛନ୍ତି ୱେଷ୍ଟଇଣ୍ଡିଜର ପୂର୍ବତନ ଷ୍ଟାର ଅଲରାଉଣ୍ଡର କାଏରନ୍ ପୋଲାର୍ଡ । ତେଣୁ ଇଂଲଣ୍ଡ ପୋଲାର୍ଡଙ୍କୁ ବିଶ୍ୱକପ ପାଇଁ ଆସିଷ୍ଟାଣ୍ଟ କୋଚ୍ ପଦବୀରେ ନିୟୋଜିତ କରିଛି । ପୋଲାର୍ଡଙ୍କ ଅଭିଜ୍ଞତା ଏବଂ ତାଙ୍କର ଶକ୍ତି ଇଂଲଣ୍ଡ ବିଶ୍ୱକପରେ ଖୁବ ସହାୟତା ଦେଇପାରିବ ବୋଲି ଦଳ ବିଶ୍ୱାସ କରିଛି । ତେବେ ୨୦୧୨ ମସିହାରେ ଖେଳାଳି ଭାବରେ ଟି-୨୦ ବିଶ୍ୱକପ ବିଜୟୀ ହୋଇଥିବା ବେଳେ ୨୦୨୧ ମସିହା ବିଶ୍ୱକପରେ ଦଳର ନେତୃତ୍ୱ ନେଇଥିଲେ । ତେଣୁ ଇଂଲଣ୍ଡ ନିଶ୍ଚୟ ପୋଲାର୍ଡଙ୍କ ଅଭିଜ୍ଞତାକୁ ଅସ୍ତ୍ରଭାବରେ ବ୍ୟବହାର କରିବ ।

ଷ୍ଟାର ଅଲରାଉଣ୍ଡର କାଏରନ୍ ପୋଲାର୍ଡ ଇଣ୍ଟରନେସନାଲ କ୍ରିକେଟରୁ ବିଦାୟ ନେଇ ସାରିଥିଲେ ମଧ୍ୟ ବିଭିନ୍ନ ଫ୍ରାଞ୍ଚାଇଜି କ୍ରିକେଟରେ ସେ ଏବେ ବି ଆକ୍ଟିଭ ରହିଛନ୍ତି । ନିକଟରେ ପୋଲାର୍ଡଙ୍କ ନେତୃତ୍ୱରେ ଆବୁଧାବି ଟି ୧୦ ଲିଗରେ ନ୍ୟୁୟର୍କ ଷ୍ଟ୍ରାଇକର୍ସ ଚାମ୍ପିଅନ୍ ହୋଇଥିଲେ। ସେ ତାଙ୍କ ଦଳ ତ୍ରିନବାଗୋ ନାଇଟ୍ ରାଇଡର୍ସକୁ କାରିବିଆନ୍ ପ୍ରିମିୟର ଲିଗ୍ ୨୦୨୩ ର ଫାଇନାଲରେ ପହଞ୍ଚାଇଥିଲେ । ସେ ଅନ୍ତର୍ଜାତୀୟ ଲିଗ୍ ଟି -୨୦ ରେ ମୁମ୍ବାଇ ଇଣ୍ଡିଆନ୍ସ ଏମିରେଟ୍ସର ଅଧିନାୟକ ମଧ୍ୟ ରହିଛନ୍ତି। ଏହା ସହିତ ଆଇପିଏଲରେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ କୋଚ୍ ଭାବରେ ମଧ୍ୟ କାଏରନ୍ ପୋଲାର୍ଡ ଦାୟିତ୍ୱ ନେଇଛନ୍ତି।

Get real time updates directly on you device, subscribe now.