fbpx

ଉତ୍ତର କୋରିଆରେ ଭୋକର ଜ୍ଵଳା: କଫିର ଛୋଟ ପ୍ୟାକେଟ୍‌ର ଦାମ ୭ ହଜାର, ୩୩୦୦ ଟଙ୍କାରେ ମିଳୁଛି ଏକ କେଜି କଦଳୀ

ପ୍ୟୋଙ୍ଗୟଙ୍ଗ: ଗୋଟିଏ ପଟେ ସମଗ୍ର ଦୁନିଆ ମହାମାରୀ କରୋନା ସହ ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ ଭୋକରେ ଛଟପଟ ଉତ୍ତର କୋରିଆ। ସ୍ଥିତି ଏତେ ଦୟନୀୟ ଯେ, ଲୋକଙ୍କୁ ଖାଇବାକୁ ଗଣ୍ଡେ ମିଳୁନି। ଲାଗୁଛି ଯେମିତି ଦେଶରେ ଦୁର୍ଭିକ୍ଷ ପଡି ଯାଇଛି। ଗମ୍ଭୀର ଖାଦ୍ୟ ସଙ୍କଟ ଦେଇ ଗତି କରୁଛି ଏହି ଦେଶ। ଯେଉଁ ସାମଗ୍ରୀ ଛୁଇଁବ ତାର ଦାମ୍ ଆକାଶଛୁଆଁ ରହିଛି। ଗୋଟିଏ ପଟେ କରୋନା ପ୍ରକୋପ ଏବଂ ଅନ୍ୟପଟେ ଅନ୍ତର୍ଜାତୀୟ ପ୍ରତିବନ୍ଧକର ଶିକାର ଉତ୍ତର କୋରିଆ ସଂପ୍ରତି ଖାଦ୍ୟ ପାଇଁ ଛଟପଟ।

ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନ ସ୍ଵୀକାର କରିଛନ୍ତି ଯେ, ତାଙ୍କ ଦେଶ ସଂପ୍ରତି ଗମ୍ଭୀର ଖାଦ୍ୟ ସଙ୍କଟ ଦେଇ ଗତି କରୁଛି। ସିଏନଏନର ରିପୋର୍ଟ ଅନୁଯାୟୀ, ନିକଟରେ ଏକ ବୈଠକରେ କିମ୍‌ ମାନିଛନ୍ତି ଯେ, ଦେଶର ସ୍ଥିତି ବର୍ତ୍ତମାନ ବହୁତ ଶୋଚନୀୟ ରହିଛି। ଖାଦ୍ୟାଭାବ କାରଣରୁ ଉତ୍ତର କୋରିଆରେ ମହଙ୍ଗା ଆକାଶଛୁଆଁ ରହିଛି।

ରେଡିଓ ଫ୍ରି ଏସିଆର ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଉତ୍ତର କୋରିଆର ଚାଷୀଙ୍କୁ ଜମି ଉର୍ବର ପାଇଁ ପ୍ରତି ଦିନ ୨ ଲିଟର ୟୁରିୟା ଦେବାକୁ ପରାମର୍ଶ ଦିଆଯାଇଛି । ଯଦ୍ଵାରା ଫସଲ ଉତ୍ପାଦନ ବଢାଯାଇ ପାରିବ ଏବଂ କିଛି ମାତ୍ରାରେ ଖାଦ୍ୟ ସଙ୍କଟକୁ ସୁଧାର କରାଯାଇ ପାରିବ। କିନ୍ତୁ ଏମିତି ଚିନ୍ତାଜନକ ସ୍ଥିତି ସତ୍ତ୍ୱେ ବି କିମ୍‌ ସୀମା ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି। ଉତ୍ତର କୋରିଆ ଜନତାଙ୍କୁ ଏବେ ପେଟ ଭରିବା ପାଇଁ ଅନ୍ୟ ଦେଶର ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଛି। ଅନ୍ୟପଟେ ପରମାଣୁ କାର୍ଯ୍ୟକ୍ରମ କାରଣରୁ ଉତ୍ତର କୋରିଆ ଉପରେ ଅନ୍ତର୍ଜାତୀୟ ପ୍ରତିବନ୍ଧକ ଲାଗିଛି । ଏହି କାରଣରୁ ଉତ୍ତର କୋରିଆର ସ୍ଥିତି ଆହୁରି ଦୟନୀୟ ହୋଇ ପଡିଛି।

Get real time updates directly on you device, subscribe now.