fbpx

‘ବିରାଟ’ ରେକର୍ଡ ଭାଙ୍ଗିବେ କିଙ୍ଗ କୋହଲି! ଶ୍ରୀଲଙ୍କା ଗସ୍ତରେ ଏହି କାରନାମା ରଚିବେ ଇତିହାସ

ନୂଆଦିଲ୍ଲୀ: ଜୁଲାଇ ୨୭ ତାରିଖରୁ ଟିମ ଇଣ୍ଡିଆର ଶୀଲଙ୍କା ଗସ୍ତ ଆରମ୍ଭ ହେଉଛି । ପ୍ରଥମେ ଟି-୨୦ ଏବଂ ପରେ ଅଗଷ୍ଟ ୨ ତାରିଖରୁ ଦିନିକିଆ ସିରିଜ ଖେଳିବ ଟିମ ଇଣ୍ଡିଆ । ତେବେ ଦିନିକିଆ ସିରିଜରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି କମବ୍ୟାକ କରୁଛନ୍ତି । ତେବେ ଏହି ସିରିଜରେ ଆଉ ଏକ ବିଶାଳ ରେକର୍ଡ ଭାଙ୍ଗିବା ପାଇଁ ସୁଯୋଗ ପାଇବେ ରନ୍ ମେସିନ୍ କୋହଲି । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ମଧ୍ୟରେ ବିରାଟ କୋହଲି ବିଶ୍ୱର ଭେଟେରାନ୍ କ୍ରିକେଟରମାନଙ୍କ ତାଲିକାରେ ସାମିଲ ହୋଇପାରନ୍ତି । ଏହି ସିରିଜରେ ବିରାଟ କୋହଲି ଏକ ନଆ ଇତିହାସ ସୃଷ୍ଟି କରିବେ ବୋଲି ଆଶା କରାଯାଉଛି ।

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଅନେକ ଐତିହାସିକ ରେକର୍ଡ ନିଜ ନାମରେ କରିଛନ୍ତି । ତେବେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ କୋହଲି ଏକ ବଡ଼ ରେକର୍ଡ ନିଜ ନାମରେ କରିବାର ସୁଯୋଗ ପାଇବେ । ଏହି ସିରିଜରେ ମାତ୍ର ୧୫୨ ରନ୍ କରିପାରିଲେ ଏକ ନୂଆ ରେକର୍ଡ ଭାଙ୍ଗି ଭେଟେରାନ୍ କ୍ରିକେଟରଙ୍କ ତାଲିକାରେ ସେ ନିଜକୁ ସମିଲ କରିପାରନ୍ତି । ବର୍ତ୍ତମାନ ଦିନିକିଆ ଫର୍ମାଟରେ ୧୪,୦୦୦ ରନ୍ କରିବାରେ ମାତ୍ର ୧୫୨ ରନ୍ ଦୂରରେ ରହିଛନ୍ତି ବିରାଟ । ଶ୍ରୀଲଙ୍କା ବିପକ୍ଷରେ ୧୫୨ ରନ୍ କରିବା ମାତ୍ରେ ସେ ଏହି ରେକର୍ଡ ନିଜକୁ ଭେଟେରାନ୍ ଖେଳାଳିମାନଙ୍କ ତାଲିକାରେ ସାମିଲ କରିପାରିବେ । ଏହି ତାଲିକାରେ ପୂର୍ବରୁ ସଚିନ୍ ତେନ୍ଦୁଲକର ଏବଂ କୁମାର ସାଙ୍ଗାକାରାଙ୍କ ନାମ ସାମିଲ ରହିଛି । ତେବେ ଏହାପରେ ବିଶ୍ୱର ତୃତୀୟ ଖେଳାଳି ଭାବରେ ଏହି କାରନାମା କରି ଇତିହାସ ସୃଷ୍ଟି କରିପାରନ୍ତି ବିରାଟ କୋହଲି ।

ନିଜ କ୍ୟାରିୟରରେ ଅନେକ ପ୍ରକାରର ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି କିଙ୍ଗ କୋହଲି । ସବୁଠାରୁ ଦ୍ରୁତ ୮୦୦୦, ୯୦୦୦, ୧୦୦୦୦, ୧୧୦୦୦, ୧୨୦୦୦ ଏବଂ ୧୩୦୦୦ ରନ୍ ପୂରଣ କରିବାରେ ତାଙ୍କ ନାମ ଖୁବ ଆଗରେ ରହିଛି । ଏହାବ୍ୟତୀତ ସଚିନଙ୍କ ପରେ ସର୍ବଧିକ ଶତକ ହାସଲ କରିବାରେ ମଧ୍ୟ ବିରାଟଙ୍କ ନାମ ସାମିଲ ରହିଛି । ଦିନିକିଆ କ୍ରିକେଟରେ ସେ ମୋଟ ୪୬ଟି ଶତକ ହାସଲ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ଏଥିରୁ ୨୬ଟି ଶତକ ହାସଲ କରିଛନ୍ତି କୋହଲି । ସେହିପରି ଏହି ଫର୍ମାଟରେ ସର୍ବାଧିକ (୬୫+) ଅର୍ଦ୍ଧଶତକ ମଧ୍ୟ ବିରାଟଙ୍କ ନାମରେ ରହିଛି ।

ବର୍ତ୍ତମାନ ସୁଦ୍ଧା କୋହଲି ୨୭୪+ ଦିନିକିଆ ମ୍ୟାଚ କେଳି ୧୩,୮୪୮ ରନ୍ ସଂଗ୍ରହ କରିଛନ୍ତି । ତେବେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ୧୫୨ ରନ୍ କରି ପାରିଲେ ଆଉ ଏକ ମାଇଲଷ୍ଟୋନ୍ ଛୁଇଁବେ ବିରାଟ । ତେବେ ଏହି ଉପଲବ୍ଧି କୋହଲିଙ୍କୁ ସର୍ବଶ୍ରେଷ୍ଠ କ୍ରିକେଟରଙ୍କ ତାଲିକାରେ ସାମିଲ କରିବ ।

Get real time updates directly on you device, subscribe now.