fbpx

କିନ୍ନର କାଟିବେ ପାର୍କିଂ ଚାଲାଣ

ଭୁବନେଶ୍ୱର,୨୧ ।୧(ଓଡିଶା ଭାସ୍କର): ଭୁବନେଶ୍ୱରରେ ଆଜିଠାରୁ କିନ୍ନର କାଟିବେ ପାର୍କିଂ ଚାଲାଣ । ଟିଜି ସ୍ୱୀକୃତିକୁ ସ୍ମାର୍ଟ ସିଟିର ୨ଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର କରାଯାଇଛି । ପରୀକ୍ଷାମୂଳକଭାବେ ଆସନ୍ତା ୨ ମାସ ଯାଏଁ ୧୭ ଜଣ କିନ୍ନରଙ୍କୁ ସାମିଲ କରାଯାଇଛି । ରାଜମହଲ ଛକରେ ଉଦଘାଟନ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଏହା ପୂର୍ବରୁ ବ୍ରହ୍ମପୁର ସହରରେ ବିଭିନ୍ନ ଛକରେ କିନ୍ନର ପାର୍କିଂ ଫି ଆଦାୟ କରୁଛନ୍ତି । ବ୍ରହ୍ମପୁର ମହାନଗର ନିଗମ(ବିଏମସି) ପକ୍ଷରୁ କିନ୍ନରଙ୍କ ୨ଟି ଗୋଷ୍ଠୀକୁ ଏହି ଦାୟିତ୍ୱ ଦିଆଯାଇଥିଲା । ତେବେ ଗାନ୍ଧିନଗର, ଗୀର୍ଜାଛକ, ପୁରୁଣା ବସ ଷ୍ଟାଣ୍ଡ ଓ ଅର୍ଣ୍ଣପୁର୍ଣ ଛକରେ ପ୍ରାୟ ୨୦ ଜଣ କିନ୍ନର ଏହି କାଯ୍ୟରେ ନିୟୋଜିତ ହୋଇଛନ୍ତି । ୨ ଚକିଆ ଓ ୪ ଚକିଆ ଯାନ ଠାରୁ ଫି ଆଦାୟ କରିବାକୁ ସମସ୍ତ କିନ୍ନରଙ୍କୁ ଗୋଟିଏ ଲେଖାଏଁ ପିଓଏସ ମେସିନ ଦିଆଯାଇଛି । ପାର୍କିଂ କରୁଥିବା ବ୍ୟକ୍ତିଙ୍କୁ ଅନଲାଇନରେ ତୁରନ୍ତ ଟିକେଟ ପ୍ରଦାନ କରିବାକୁ କିନ୍ନରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

Get real time updates directly on you device, subscribe now.