fbpx

ମୁମ୍ବାଇର କୋକିଲାବେନ୍ ମେଡିକାଲରେ ଅଭିନେତ୍ରୀ କିରଣ ଖେର, ୩ ଘଣ୍ଟା ଧରି ଚାଲିଲା ସର୍ଜରୀ

Advertisement

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବା ଚଣ୍ଡିଗଡର ବିଜେପି ସାଂସଦ କିରଣ ଖେର ଆଜି ମୁମ୍ବାଇ ସ୍ଥିତ କୋକିଲାବେନ୍ ମେଡିକାଲରେ ଭର୍ତ୍ତି ହୋଇଛନ୍ତି, ଯେଉଁଠାରେ ତାଙ୍କର ସର୍ଜରୀ ହୋଇଛି । ଖବର ମୁତାବକ, ସର୍ଜରୀ ପ୍ରାୟତଃ ୩ ଘଣ୍ଟା ଧରି ଚାଲିଥିଲା । ଏହି ସର୍ଜରୀରେ କ୍ୟାନ୍ସର ସମ୍ପନ୍ଧ ହାଡକୁ ବାହାର କରିବାକୁ ଚେଷ୍ଟା କରାଯାଇଥିଲା । ଏହି ସମୟରେ ମେଡକାଲରେ ଅନୁପମ ଖେର ମଧ୍ୟ ଉପସ୍ଥିତ ଥିଲେ ।

ତେବେ ୬୮ ବର୍ଷୀୟ କିରଣ ଖେର ଏବେ କର୍କଟ ରୋଗ ବା କ୍ୟାନ୍ସରରେ ପୀଡିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ତାଙ୍କୁ କ୍ୟାନ୍ସର ହେବା ଖବର ୧ ଅପ୍ରେଲରେ ମିଡିଆ ସାମ୍ନାକୁ ଆସିଥିଲା । କୁହାଯାଉଛି ଯେ, ୨୦୧୯ ନଭେମ୍ବର ୧୧ରେ ଚଣ୍ଡିଗଡ ସ୍ଥିତ ଘରେ ପଡିଯିବାରୁ କିରଣଙ୍କ ବାମ ହାତ ଭାଙ୍ଗିଯାଇଥିଲା । ଯାଞ୍ଚ ପରେ ଜଣାପଡିଲା ଯେ, ସେ ମଲ୍ଟିପଲ ମାୟଲୋମାରେ ପୀଡିତ ଅଛନ୍ତି । ଯାହାକି ଏକ ପ୍ରକାରର ବ୍ଲଡ୍ କ୍ୟାନ୍ସର । ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ଓ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଅନୁପମ ଖେର କହିଥିଲେ ।

Get real time updates directly on you device, subscribe now.