fbpx

ଆଇପିଏଲ ୨୦୨୧: ଦିଲ୍ଲୀ ବିପକ୍ଷରେ କେକେଆରର ସହଜ ବିଜୟ

ନୂଆଦିଲ୍ଲୀ: ଆଇପିଏଲର ୪୧ ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସହଜ ବିଜୟ ହାସଲ କରିଛି କେକେଆର । ମାତ୍ର ୧୨୮ ରନ ଲକ୍ଷ୍ୟର ପିଛା କରୁଥିବା କେକେଆର ଓଭରରେ ୱିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା । ନୀତିଶ ରାଣା ଅପରାଜିତ ରନ କରିଥିବା ବେଲେ ସୁନୀଲ ନାରିନଙ୍କ ୧୦ ବଲ ୨୧ ରନ କେକେଆରକୁ ସହଜ ବିଜୟ ପ୍ରଦାନ କରିଥିଲା । ଦିଲ୍ଳୀ ପକ୍ଷରୁ ଆଭେଶ ଖାନ ୧୩ ରନ ବ୍ୟୟ କରି ୩ଟି ୱିକେଟ ଅକ୍ତିଆର କରିଥିଲେ । ୧୨୮ ରନ ପିଛା କରୁଥିବା କେକେଆର ପକ୍ଷରୁ ଗିଲ୍-ଆୟର ପ୍ରଥମ ୱିକେଟରେ ୨୮ ରନ୍ କରିଥିଲେ । ରାହୁଲ ତ୍ରିପାଠୀ(୯) ବିଫଳ ହୋଇଥିଲେ ହେଁ ଗିଲ୍ ଉପଯୋଗୀ ୩୦ ରନ ସଂଗ୍ରହ କରିଥିଲେ । ନୀତିଶ ରାଣା ୨୭ ବଲ ଖେଳି ଅପରାଜିତ ୩୬ ରନ କରିଥିବା ବେଳେ ଶେଷ ଆଡକୁ ମାତ୍ର ୧୦ ବଲ ଖେଳି ୨୧ ରନ କରିବା ସହିତ ଦିଲ୍ଳକୀ ହାତରୁ ମ୍ୟାଚ ଛଡାଇ ନେଇଥିଲେ ସୁନୀଲ ନାରିନ୍ ।

ନିର୍ଦ୍ଧାରିତ ଓଭରରେ ଦିଲ୍ଲୀ ୯ ୱିକେଟ ହରାଇ ୧୨୭ ରନ ସଂଗ୍ରହ କରିଥିଲା । ଦିଲ୍ଲୀ ପକ୍ଷରୁ ଷ୍ଟିଭ ସ୍ମିଥ ଓ ଅଧିନାୟକ ଋଷଭ ପନ୍ତ ୩୯ ରନ ଲେଖାଏଁ ସଂଗ୍ରହ କରିଥିଲେ । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା କେକେଆରକୁ ପ୍ରଥମ ସଫଳତା ୫ମ ଓଭରରେ ମିଳିଥିଲା । ଧୱନଙ୍କୁ ଆଉଟ କରି ଫର୍ଗୁସନ ଏହି ସଫଳତା ହାସଲ କରିଥିଲେ । ଷ୍ଟିଭ ସ୍ମିଥ ଭଲ ପ୍ରାରମ୍ଭ ପାଇଥିଲେ ମଧ୍ୟ ଏହାକୁ ବଡ ସ୍କୋରରେ ରୂପାନ୍ତରିତ କରି ପାରିନଥିଲେ । ଦିଲ୍ଲୀ ଇନିଂସରେ ଗୋଟିଏ ମଧ୍ୟ ଛକା ଦେଖିବାକୁ ମିଳିନଥିଲା । କେକେଆର ପକ୍ଷରୁ ଲୋକି ଫର୍ଗୁସନ ୧୦ ରନ ବ୍ୟୟରେ ଦୁଇଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁନୀଲ ନାରିନ ୨ଟି ଏବଂ ଭେଙ୍କଟେଶ ଆୟର ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.