fbpx

କୁକୁରଙ୍କ ହାତରେ ପଞ୍ଜାବ ଶାସନ ଡୋରି; ଜାଣନ୍ତୁ କାହିଁକି ଏମିତି କହିଲେ ବିଜେପି ନେତା

ନୂଆଦିଲ୍ଲୀ: କୁକୁରଙ୍କ ହାତରେ ରହିଛି ପଞ୍ଜାବର ଶାସନ ଡୋରି । ଏମିତି ଏକ ବିବାଦୀୟ ବୟାନ ଦେଇଛନ୍ତି ବିଜେପି ନେତା ତରୁଣ ଚୁଘ । ନଭଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ପଦରୁ ଇସ୍ତଫା ପ୍ରଦାନ କରିବା କାରଣରୁ ଏଭଳି ମତ ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ଚୁଘ । ସେ କହିଛନ୍ତି, କୌଣସି ପଞ୍ଜାବ ମନ୍ତ୍ରୀ ବିଗତ ୨ ମାସ ଧରି ନିଜ କାର୍ଯ୍ୟାଳୟକୁ ଯାଇ ନାହାନ୍ତି । ରାଜ୍ୟର ଶାସନ ବ୍ୟବସ୍ଥା ବର୍ତ୍ତମାନ କୁକୁର ମାନଙ୍କ ହାତକୁ ଚାଲି ଯାଇଛି ବୋଲି ସେ କହିଛନ୍ତି । କଂଗ୍ରେସର ଏହି କର୍ମର ଜବାବ ଆସନ୍ତା ନିର୍ବାଚନରେ ସାଧାରଣ ଲୋକ ପ୍ରଦାନ କରିବେ ବୋଲି ମଧ୍ୟ ଚୁଘ କହିଛନ୍ତି । ବିଭିନ୍ନ ମାଫିଆଙ୍କ ହାତରେ ଶାସନ କଳ କ୍ରୀଡନକ ସାଜିଛି ବୋଲି ମତ ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ।
ଉଲ୍ଲେଖଯୋଗ୍ୟ ଯେ, ନଭଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରଠାରୁ ପଞ୍ଜାବରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଥମିବାର ନାମ ନେଉନାହିଁ । ପ୍ରଥମେ ରେଜିଆ ସୁଲତାନା ଇସ୍ତଫା ପ୍ରଦାନ କରିଥିବା ବେଳେ ଏହାର କିଛି ସମୟ ମଧ୍ୟରେ କଂଗ୍ରେସ ସାଧାରଣ ସମ୍ପାଦକ ପର୍ଗତ ସିଂ ମଧ୍ୟ ସିଦ୍ଧୁଙ୍କ ସମର୍ଥନରେ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.