fbpx

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ବାହାରି ପାରନ୍ତିି କେଏଲ ରାହୁଲ : ଖରାପ ପ୍ରଦର୍ଶନ ହୋଇପାରେ ଏହାର କାରଣ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଜିତିବା ପରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ଟି -୨୦ ସିରିଜ ଖେଳିବ । ଏହି ସିରିଜର ଆରମ୍ଭ ୩ ଜାନୁଆରୀ ମଙ୍ଗଳବାର ଠାରୁ ହେବ । ଏହି ସିରିଜରେ ମୋଟ ତିନୋଟି ମ୍ୟାଚ୍ ଖେଳାଯିବ । ଏହି ସିରିଜ ପାଇଁ ବିସିସିଆଇ ପକ୍ଷରୁ ଟିମ୍ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଏହି ସିରିଜ୍ ପାଇଁ ଭାରତୀୟ ଦଳର ଷ୍ଟାର୍ ଓପନର୍ କେ.ଏଲ୍ ରାହୁଲଙ୍କ ଉପରେ ଖଣ୍ଡା ଝୁଲୁଛି । ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ପାଇଁ ତାଙ୍କୁ ଡ୍ରପ କରାଯିବ ବୋଲି କୁହାଯାଉଛି ।

କେ.ଏଲ୍ ରାହୁଲଙ୍କ ଲଗାତାର ଖରାପ ପ୍ରଦର୍ଶନ ତାଙ୍କ ପାଇଁ ଏକ ସମସ୍ୟା ହୋଇପାରେ । ନିକଟରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ରାହୁଲ ମଧ୍ୟ ଅସଫଳ ହୋଇଥିଲେ । ଏହି ବର୍ଷ ତିନୋଟି ଫର୍ମାଟରେ ତାଙ୍କର ହାରାହାରି ୩୦ ରୁ ଅଧିକ ହୋଇନାହିଁ । ତାଙ୍କ ପ୍ରଦର୍ଶନକୁ ଦେଖିଲେ ଏହା ନିଶ୍ଚିତ ଯେ ସେ ଦଳ ବାଙ୍କ୍ରିବା ନିଶ୍ଚିତ । ରାହୁଲଙ୍କ ବଦଳରେ ଷ୍ଟାର ଓପନର୍ ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନଙ୍କୁ ଦଳରେ ସାମିଲ କରାଯାଇପାରେ । ସେ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଏକ ଦ୍ୱିଶତକ ହାସଲ କରିଥିଲେ ।

ଉଲ୍ଲେଖନୀୟ କଥା ହେଉଛି, ରାହୁଲଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଜିତିଛି । ଦଳ ୨-୧ ଗୋଲରେ ସିରିଜ୍ ଜିତିଛି । ଏହାପୂର୍ବରୁ ବାଂଲାଦେଶ ବିପକ୍ଷ ୱାନଡେ ସିରିଜର ଶେଷ ମ୍ୟାଚରେ କେଏଲ ରାହୁଲଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଜିତିଥିଲା ।

Get real time updates directly on you device, subscribe now.