fbpx

IPL-2025ରେ ପୁରୁଣା ଦଳକୁ ଫେରିବେ କେ.ଏଲ ରାହୁଲ! LSG ଛାଡ଼ି RCBର ନେଇପାରନ୍ତି ନେତୃତ୍ୱ

କୋଲକାତା: ଆଇପିଏଲ୍ ୨୦୨୫ ପାଇଁ ମେଗା ଅକ୍ସନ ଚଳିତ ବର୍ଷ ଡିସେମ୍ବର ମାସରେ ଅନୁଷ୍ଠିତ ହୋଇପାରେ । ଏହା ପୂର୍ବରୁ ବିଭିନ୍ନ ଫ୍ରାଞ୍ଚାଇଜି କେଉଁ ଖେଳାଳିଙ୍କୁ ରିଟେନ କରିବେ ଓ କାହାକୁ ରିଲିଜ କରିବେ, ସେ ନେଇ ଆଲୋଚନା କରୁଛନ୍ତି । ସେହିଭଳି ଅନ୍ୟ ଦଳରୁ ଷ୍ଟାର ଖେଳାଳିଙ୍କୁ ଆଣି ନିଜ ଦଳରେ ସାମିଲ କରିବା ପାଇଁ ମଧ୍ୟ ଚାଲିଛି ଯୋଜନା । ତେବେ ଏହାମଧ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ଷ୍ଟାର କ୍ରିକେଟର କେ.ଏଲ ରାହୁଲ । ଲକ୍ଷ୍ନୌ ଛାଡ଼ି ପୁଣିଥରେ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁକୁ ଫେରିବା ପାଇଁ ରାହୁଲ ଅଣ୍ଟା ଭିଡ଼ିଥିବା ସୋସିଆଲ ମିଡିଆରେ କିଛି ପୋଷ୍ଟରେ ଦାବି କରାଯାଉଛି । ଏହାରି ଭିତରେ ରାହୁଲ କୋଲକାତା ଯାଇ ଆରସିବି ମାଲିକ ସଞ୍ଜୀବ ଗୋଏଙ୍କାଙ୍କୁ ମଧ୍ୟ ଭେଟିଛନ୍ତି । ସେ ଦଳ ଛାଡ଼ିବାକୁ ଚାହୁଁଥିବା କିଛି ଦାବି କରୁଥିବାବେଳେ ଅନ୍ୟ କିଛି ରିପୋର୍ଟରେ ସେ ଆରସିବିକୁ ଫେରିବାକୁ ଚାହୁଁଛନ୍ତି ବୋଲି କୁହାଯାଉଛି ।

ରିପୋର୍ଟ ଅନୁଯାୟୀ, କେଏଲ୍ ରାହୁଲ ଏବଂ ଏଲଏସଜି ମାଲିକ ସଞ୍ଜୀବ ଗୋଏଙ୍କାଙ୍କ ମଧ୍ୟରେ ବୈଠକ ୧ ଘଣ୍ଟା ଧରି ଆଲିପୁରର ଜଜ୍ କୋର୍ଟ ରୋଡରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାହୁଲଙ୍କ ସମ୍ଭାବ୍ୟ ରିଟେନସନ ଏବଂ ପରବର୍ତ୍ତୀ ସିଜନ ପାଇଁ ଖେଳାଳିଙ୍କ ସଂଯୋଜନା ଉପରେ ଆଲୋଚନା ହୋଇଥିଲା । କିନ୍ତୁ କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରାହୁଲ ଏଲଏସଜି ଛାଡ଼ିବାକୁ ଚାହୁଁଥିବା ଗୋଏଙ୍କାଙ୍କୁ ଜଣାଇଛନ୍ତି । ଅନ୍ୟପଟେ ରାହୁଲ ଆରସିବିକୁ ପୁଣିଥରେ କମବ୍ୟାକ କରିବାକୁ ଚାହୁଁଥିବା ମଧ୍ୟ ଆଲୋଚନା ହେଉଛି । କିନ୍ତୁ ୱିକେଟ୍ କିପରବ୍ୟାଟରଙ୍କୁ ଫ୍ରାଞ୍ଚାଇଜି କୌଣସି ପ୍ରତିଶ୍ରୁତି ଦେଇ ନାହିଁ ।

ଏହି ବିଷୟରେ ଅବଗତ ଥିବା ଜଣେ ଆଇପିଏଲ୍ ପରିଚାଳନା ପରିଷଦ ସଦସ୍ୟ ନିଜ ପରିଚୟ ପ୍ରକାଶ ନକରିବା ସର୍ତ୍ତରେ କହିଛନ୍ତି ଯେ, “ହଁ, ରାହୁଲ କୋଲକାତା ଆସି ଆରପିଜି ମୁଖ୍ୟାଳୟରେ ଡଃ ଗୋଏଙ୍କାଙ୍କୁ ଭେଟିଥିଲେ । ସେ ଡକ୍ଟର ଗୋଏଙ୍କାଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ଆରସିବିରେ ରହିବାକୁ ଚାହୁଁଛନ୍ତି । ତଥାପି, ବିସିସିଆଇ ଏକ ରିଟେନସନ ନିୟମ ପ୍ରସ୍ତୁତ ନ କରିବା ପର୍ଯ୍ୟନ୍ତ ଏଲଏସଜି କୌଣସି ନିଷ୍ପତ୍ତି ନେବାକୁ ଚାହୁଁନାହିଁ । ଆଇପିଏଲ୍ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ଏଲଏସଜି । ଏହି ଲଜ୍ଜାଜନକ ପରାଜୟ ପରେ ଗୋଏଙ୍କା ଦଳର ଅଧିନାୟକ ରାହୁଲଙ୍କ ଉପରେ ଖୁବ ରାଗି ଯାଇଥିବା ଦେଖିବାକୁ ମିଳିଥିଲା । ଆଇପିଏଲ୍ ମ୍ୟାଚ୍ ପରେ ରାହୁଲଙ୍କ ସହ ଗୋଏଙ୍କାଙ୍କର ଆନିମେଟେଡ୍ ଚାଟ୍ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଅନ୍ୟପଟେ କେଏଲ୍ ରାହୁଲ ନିଜ ପୂରୁଣା ଦଳ, ତଥା ସାଥି ଖେଳାଳି ବିରାଟ କୋହଲିଙ୍କ ଆରସିବିକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ସୋସିଆଲ ମିଡିଆରେ ଅନେଚ ଚର୍ଚ୍ଚା ହେଉଛି । ୱିକେଟକିପର-ବ୍ୟାଟର ପୂର୍ବରୁ ଅନେକ ଥର ସ୍ୱୀକାର କରିଛନ୍ତି ଯେ, ଆରସିବି ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଅନେକ ସମୟରେ ସେ ବିରାଟ କୋହଲିଙ୍କର ମଧ୍ୟ ଖୁବ ପ୍ରଶଂସା କରିଛନ୍ତି । ତେବେ ଆରସିବି ବର୍ତ୍ତମାନର ଅଧିନାୟକ ଫାଫ୍ ଡୁପ୍ଲେସିସଙ୍କୁ ରିଲିଜ କରି ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ଦେଇପାରେ ବୋଲି ଅନେକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରାଯାଉଛି । ତେବେ ଏହାର ସତ୍ୟତା ନେଇ କୌଣସି ସୂଚନା ମିଳିନାହିଁ । ନିକଟରେ କୋଲକାତା ବ୍ୟାଟର ରିଙ୍କୁ ସିଂ ମଧ୍ୟ ଆରସିବିକୁ ପାଇଁ ଖେଳିବାକୁ ଇଛା ପ୍ରକାଶ କରିଥିଲେ ।

Get real time updates directly on you device, subscribe now.