fbpx

ସାଲାରୀ ପ୍ରୋଟେକ୍ସନ ଇନ୍ସୁରାନ୍ସ: ଜାଣନ୍ତୁ ଏହା କିପରି ଆପଣଙ୍କୁ ସାହାଯ୍ୟ କରେ

Advertisement

ଓଡିଶା ଭାସ୍କର: ଜୀବନରେ ସଫଳତା ପାଇବା ସହ ଅଧିକ ଉପାର୍ଜନ ଏବଂ କ୍ୟାରିୟରର ଏକ ଉଚ୍ଚ ଶିଖରରେ ପହଞ୍ଚିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । ତେବେ ଏହି କ୍ଷେତ୍ରରେ ଆପଣଙ୍କ ପାଇଁ କୁବ ସହାୟକ ହୋଇ ପାରିବ ସାଲାରୀ ପ୍ରୋଟେକ୍ସନ ଇନ୍ସୁରାନ୍ସ ବା ଇନକମ ପ୍ରୋଟେକ୍ସନ ଇନ୍ସୁରାନ୍ସ । ଆପଣଙ୍କ ଅନୁପସ୍ଥିତିରେ ଏହା ଆପଣଙ୍କ ପରିବାରକୁ ଆର୍ଥିକ କ୍ଷତ୍ରରେ ଏକ ବଡ ସାହାଯ୍ୟର ହାତ ବଢାଇ ପାରିବ ।

ଏହି ଇନ୍ସୁରାନ୍ସ ପଲିସିକୁ ନିଜର କରିବା ପୂର୍ବରୁ ଜାଣି ରଖନ୍ତୁ ଯେ ଏହି ପଲିସିରେ କୌଣସି ମ୍ୟାଚ୍ୟୁରିଟି ବେନିଫିଟ୍ସ ଉପଲବ୍ଧ ହୋଇପାରିବ ନାହିଁ । କୌଣସି ଗ୍ରାହକ ବା ହିତାଧିକାରୀଙ୍କ ମୃତ୍ୟୁରେ ଇନ୍ସୁରାନ୍ସରେ ଥିବା ନୋମିନିଙ୍କୁ ଏହାର ରାଶି ମିଳିପାରିବ ।

ପ୍ରଥମେ ନିଜକୁ ଜଣେ ଇନକମ ପ୍ରୋେଟେକ୍ସନ ଟର୍ମ କିଣିବା ପୂର୍ବରୁ କିଛିଟା ଗୁରୁତ୍ୱପୂର୍ଣ୍ଣ କଥା ଉପରେ ନଜର ରଖନ୍ତୁ । ଆପଣଙ୍କ ମୃତ୍ୟୁ ପରେ ପରିବାରର ମାସିକ ରେଜଗାର ଆପଣଙ୍କୁ ଚୟନ କରିବାକୁ ପଡିବ । ତେବେ ଏହା ଆପଣଙ୍କ ମାସିକ ଆୟ ଅପେକ୍ଷା କମ କିମ୍ବା ସମାନ ହୋଇଥିବା ଆବଶ୍ୟକ । ଏହାପରେ ଆପଣ ପଲିସି ଏବଂ ପ୍ରିମିୟମ ପେମେଣ୍ଟ ଟର୍ମକୁ ମଧ୍ୟ ଚୟନ କରିବାକୁ ପଡିବ । ଉଦାହରଣ ସ୍ୱରୂପ ୩୦ ବର୍ଷ ବୟସରେ ଜଣେ ବ୍ୟକ୍ତି ୧୫ ବର୍ଷ ପାଇଁ ଏକ ରେଗୁଲାର ପେମେଣ୍ଟ ଟର୍ମ କିଣିପାରିବେ । ତେବେ ମାସିକ ଆୟରେ ଶତକଡା ବୃଦ୍ଧି କେବଳ ଜଣେ ବୀମାକରୀ ହିଁ ଚୟନ କରିପାରିବେ ।

ଯଦି ଆପଣ ମାସିକ ଆୟ ୫୦,୦୦୦ ବାଛିଛନ୍ତି । କିନ୍ତୁ ପଲିସିର ଦ୍ୱିତୀୟ ବର୍ଷରେ ଏହି ଆୟ ୫୩,୦୦୦, ପରବର୍ତ୍ତୀ ବର୍ଷରେ ୫୬,୧୮୦କୁ ବୃଦ୍ଧି ପାଇଥାଏ । ତେବେ ଯଦି ଏହି ସମୟରେ ହିତାଧିକାରୀ ପଞ୍ଚମ ବର୍ଷର ପ୍ରଥମରୁ ମୃତ୍ୟୁବରଣ କରନ୍ତି, ତେବେ ବୀମାକାରୀଙ୍କ ନୋମିନି ବୀମା ରାଶି ବାବଦକୁ ୭.୬ ଲକ୍ଷ ସହ ବର୍ଦ୍ଧିତ ମାସିକ ଆୟ ୬୩,୧୨୪(ଡେଥ ବେନିଫିଟ=୧୨* ପଞ୍ଚମ ପଲିସି ବର୍ଷରେ ବର୍ଦ୍ଧିତ ମାସିକ ଆୟ=୧୨* ୬୩,୧୨୪= ୭,୫୭,୪୮୮ଟଙ୍କା) ।

ଏହାଦ୍ୱାରା ବଳକା ପଲିସି ବର୍ଷ ପର୍ଯ୍ୟନ୍ତ ସେମାନେ ମାସିକ ଆୟ ପାଇପାରିବେ । ତେବେ ଏହା ବୀମାକାରୀଙ୍କ ଟର୍ମ ଏବଂ କଣ୍ଡିସନ୍ସ ଉପରେ ନିର୍ଭର କରିଥାଏ । ତେଣୁ ଏଭଳି ବୀମା ନିଜ ନାମରେ କରିବା ପୂର୍ବରୁ ଏ ସମ୍ପର୍କରେ ଯଥେଷ୍ଟ ଚିନ୍ତା କରିନିଅନ୍ତୁ ।

Get real time updates directly on you device, subscribe now.