fbpx

ବ୍ଳଡ ଗ୍ରୁପରେ ଲୁଚି ରହିଛି ପର୍ସନାଲିଟିର ରହସ୍ୟ, ଜାଣିନିଅନ୍ତୁ ଆପଣଙ୍କ ପର୍ସନାଲିଟି

Advertisement

ଯେତେବେଳେ ଆମକୁ କେହି ଆମ ପର୍ସନାଲିଟି ବିଷୟରେ କହିଥାଏ ସେତେବେଳେ ଆମକୁ ତାହା ଶୁଣିବାକୁ ଉତ୍ସାହ ବଢିଥାଏ । ଯଦି ଆପଣ ନିଜ ପର୍ସନାଲିଟି ବିଷୟରେ ଭଲ ଭାବେ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଲାଗି ଏହା ବହୁତ ସହଜ । କାରଣ ଏହା ଆପଣଙ୍କ ବ୍ଲଡ ଗ୍ରୁପ୍ ଟାଇପ୍ରୁ ଜଣାପଡିଯିବ । ଏହି କ୍ରମରେ ଆସନ୍ତୁ ଜାଣିବା କେଉଁ ବ୍ଲଡ ଗ୍ରୁପର ଲୋକମାନଙ୍କ ସ୍ୱଭାବ କିପରି ହୋଇଥାଏ ।
O ବ୍ଲଡ ଗ୍ରୁପ୍: ଏହି ବ୍ଲଡ ଗ୍ରୁପର ଲୋକମାନେ ମହତାକାଂକ୍ଷୀ ହୋଇଥାନ୍ତି । ଏମାନେ କ୍ରୀଡା ପ୍ରତି ବିଶେଷ ରୁଚି ରଖିଥାନ୍ତି । ଏମାନଙ୍କ ମଧ୍ୟରେ ପ୍ରଚଣ୍ଡ ଆତ୍ମବିଶ୍ୱାସ ରହିଥାଏ । ଏମାନେ ନେତୃତ୍ୱ ନେବାରେ ମାହିର ।
A ବ୍ଲଡ ଗ୍ରୁପ୍: ଏମାନେ ଇଣ୍ଟ୍ରୋଭଟ୍ ହୋଇଥାନ୍ତି ଅର୍ଥାତ୍ ଏମାନଙ୍କୁ ସହଜରେ ପଢିହୁଏ ନାହିଁ କି ବୁଝିହୁଏ ନାହିଁ । ଏମାନଙ୍କର ଧୈର୍ଯ୍ୟ ବହୁତ ଅଧିକ ହୋଇଥାଏ । ଏମାନେ ଭରସାଯୋଗ୍ୟ ବି ହୋଇଥାନ୍ତି । ନିଜ କାମରେ ଏମାନେ ବେଶ୍ ଦକ୍ଷ ହୋଇଥାନ୍ତି ।
ବ୍ଲଡ ଗ୍ରୁପ୍ B:ଏମାନେ ଲକ୍ଷ୍ୟ ପୂରଣ ପାଇଁ ସବୁକିଛି ତ୍ୟାଗ କରିପାରନ୍ତି । ରଚନାତ୍ମକ କାର୍ଯ୍ୟରେ ଏମାନଙ୍କ ରୁଚି ଥାଏ । ଯେଉଁ କାମ ହାତକୁ ନେବେ ତାହାକୁ ନ ସାରିବା ପର୍ଯ୍ୟନ୍ତ ଏମାନେ ଶାନ୍ତିରେ ବସନ୍ତି ନାହିଁ ।
ବ୍ଲଡ ଗ୍ରୁପ୍ AB : ଏମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଏମାନେ ନିଜକୁ ବେଶ୍ ଭଲ ଭାବରେ ନିୟନ୍ତ୍ରଣ କରିପାରନ୍ତି । ଏମାନେ ବି ଇଣ୍ଟ୍ରୋଭଟ୍ ହେବା ସହ ସହାନୁଭୂତିଶୀଳ ହୋଇଥାନ୍ତି ।

Get real time updates directly on you device, subscribe now.