ଓଡ଼ିଶା ଭାସ୍କର: ସାଧାରଣତଃ ୩୦-୩୫ ବର୍ଷରୁ କେଶ ପାଚିବା ଆରମ୍ଭ ହେଇଯାଉଛି । ତେବେ ଧଳା କେଶକୁ ଲୁଚାଇବା ପାଇଁ ଲୋକେ ଡାଇ ବା କଲରର ବ୍ୟବହାର କରିଥାଆନ୍ତି । ହେଲେ ଧଳା କେଶ ପାଇଁ ଡାଇ ଆଦୌଂ ବ୍ୟବହାର ନ କରିବା ଆବଶ୍ୟକ । ଡାଇରେ ଅନେକ ପ୍ରକାର କେମିକାଲ୍ସ ରହିଥାଏ । ଯାହା ଆପଣଙ୍କ କେଶକୁ ଅଧିକ କ୍ଷତି ପହଞ୍ଚାଇ ପରେ । ତେବେ ଏସବୁ ନ କରି ଧଳା କେଶକୁ କଳା କରିବା ପାଇଁ ଆପଣ ଘରୋଇ ଉପାୟ କଫି ଦ୍ୱାରା କରନ୍ତୁ । ଏଥିରେ ଆପଣଙ୍କ ମୁଣ୍ଡରେ ଥିବା ସମସ୍ତ ଧଳା କେଶ, ମୂଳରୁ କଳା ହୋଇଯିବ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ।
ପ୍ରଥମେ ଗ୍ୟାସ ଅନ୍ କରି କଢାଇରେ ଏକ ଗ୍ଲାସ ପାଣି ନିଅନ୍ତୁ । ଏହି ପାଣି ଫୁଟିବା ପରେ ଏଥିରେ ୨ ଚାମଚ କଫି ମିଶାନ୍ତୁ । ପାଣି ଆଉ ଟିକେ ଫୁଟିବା ପରେ ଏଥିରେ ହେନା ବା ପାଉଡର ମଞ୍ଜୁଆତି ପତ୍ରକୁ ମିଶାନ୍ତୁ । ଏହାପରେ ଏହାକୁ ଭଲ ଭାବେ ମିଶାନ୍ତୁ । ଧିରେ ଧିରେ ପାଣି ଗାଢ ହୋଇଗଲେ ଏଥିରେ ଅଁଳା ପାଉଡର ମିଶାନ୍ତୁ ଏବଂ ଏହାକୁ ଭଲଭାବେ ମିଶାନ୍ତୁ । ଏହି ମିଶ୍ରଣକୁ ୩- ୪ ଘଣ୍ଟା ଥଣ୍ଡା ହେବାକୁ ଛାଡିଦିଅନ୍ତୁ । ଏହାପରେ ବ୍ୟବହାର କରନ୍ତୁ ।
ହେୟାର ଡାଇର ବ୍ୟବହାର କରିବା ପାଇଁ ସର୍ବପ୍ରଥମେ ନିଜ କେଶକୁ ସଫା କରନ୍ତୁ । ଯେତେବେଳେ ଚୁଟି ଶୁଖିଯିବ, ସେତେବେଳେ ପ୍ରସ୍ତୁତ କରିଥିବା କଫି ମିଶ୍ରଣକୁ କେଶରେ ଲଗାନ୍ତୁ । ଏହି ଡାଇକୁ ଆପଣ ନିଜ ହେୟାରରେ ଲଗାଇ ୨ ଘଣ୍ଟା ରଖନ୍ତୁ । ଏହାପରେ କେଶକୁ ଧୋଇଦିଅନ୍ତୁ । ଧ୍ୟାନ ରଖିବେ ଯେ, ଏହି ସମୟରେ ଆପଣ ସାମ୍ପୁ ବ୍ୟବହାର କରନ୍ତୁ ନାହିଁ । ରାତିରେ କେଶରେ ତେଲ ମସାଜ କରନ୍ତୁ ଏବଂ ଦିନରେ ସାମ୍ପୁ ଦ୍ୱାରା ଧୋଇଦିଅନ୍ତୁ ।