fbpx

ଭୋଟ୍ ଦେଉଛି ଓଡ଼ିଶା : ଜାଣନ୍ତୁ ସକାଳ ୯ଟା ସୁଦ୍ଧା କେତେ ପ୍ରତିଶତ ହୋଇଛି ମତଦାନ ?

Advertisement

ଭୁବନେଶ୍ୱର : ଆଜି ସାରା ଦେଶରେ ଆରମ୍ଭ ହୋଇଛି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ଏହାସହ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ଭୋଟିଂ । ଏହାରି ଭିତରେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ଏରୋଡ୍ରମ ୟୁପି ସ୍କୁଲରେ ପହଞ୍ଚି ଭୋଟ୍ ଦେଇଛନ୍ତି ନବୀନ । ନିଜର ମତଦାନ ସାବ୍ୟସ୍ତ କରିବା ପରେ ସେଲ୍ଫି ପଏଣ୍ଟରେ ଫଟୋ ଉଠାଇଥିଲେ । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ କରିଛନ୍ତି ଭୋଟର। ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ। ଅନ୍ୟପଟେ ନୂଆଦିଲ୍ଲୀରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଭୋଟ ଦେଇଛନ୍ତି ।

ତେବେ ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି । ଢେଙ୍କାନାଳ, ପୁରୀ, କେନ୍ଦୁଝର, ଭୁବନେଶ୍ୱର, କଟକ, ସମ୍ବଲପୁର ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ଭୋଟ ଦେଉଛନ୍ତି ଜନତା । ସେହିଭଳି ୬ ସଂସଦୀୟ କ୍ଷେତ୍ର ଅଧିନରେ ଆସୁଥିବା ୪୨ ବିଧାନସଭା ଆସନ ପାଇଁ ମଧ୍ୟ ଆରମ୍ଭ ହୋଇଛି ମତଦାନ । ଏଥିରେ ୪୪୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏମାନଙ୍କ ମଧ୍ୟରେ ଲୋକସଭା ପାଇଁ ୬୪ ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ପାଇଁ ମୋଟ୍ ୩୮୩ ପ୍ରାର୍ଥୀ ଅଛନ୍ତି ।

Get real time updates directly on you device, subscribe now.