ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଏଲଆଇସି ଆଇପିଓର ବିଡ୍ ପ୍ରକ୍ରିୟା ଶେଷ ହେବା ପରେ ଆଜି ଗୁରୁବାର ଶେୟାର ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ । ଦୀପମ ସଚିବ ଆଇପିଓ ସବସ୍କ୍ରାଇବ୍ କରିବାର ଶେଷ ଦିନ ଅର୍ଥାତ୍ ମେ ୯ ରେ କହିଥିଲେ ଯେ ଆଇପିଓର ଶେୟାର ଆଲଟମେଣ୍ଟ ମେ ୧୨ ଏବଂ ଲିଷ୍ଟିଂ ମେ ୧୭ ରେ ହେବ । ତେବେ ଆମେ ଏଠାରେ ଆପଣଙ୍କୁ ବିଡ୍ ଲଗାଇଥିବା ବ୍ୟକ୍ତି କିପରି ଆଇପିଓ ଆବଣ୍ଟନର ସ୍ଥିତିକୁ ଅନଲାଇନ ଚେକ୍ କରିପାରିବେ ସେ ବିଷୟରେ କହିବାକୁ ଯାଉଛୁ ।
ସୂଚନାଯୋଗ୍ୟ, ଏଲଆଇସିର ଆଇପିଓଙ୍କୁ ନେଇ ନିବେଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏହାର ଅନ୍ଦାଜା ଆପଣ ଏମିତି ଲଗାଇପାରିବେ ଯେ ଏହାର ଇସ୍ୟୁ ତିନିଗୁଣା ସବସ୍କ୍ରାଇବ ହୋଇଥିଲା । କିନ୍ତୁ ବର୍ତ୍ତମାନ, ଗ୍ରେ ମାର୍କେଟ ପ୍ରିମିୟମ କଥା କହିଲେ ଏହା ନକରାତ୍ମକ ହୋଇଯାଇଛି । ଏମିତିରେ ସମ୍ଭାବନା ଅଛି ଯେ ଆଇପିଓର ଲିଷ୍ଟିଂ ଡିସ୍କାଉଣ୍ଟରେ ହୋଇପାରେ । ଗ୍ରେ ମାର୍କେଟ ରେ ଏଲଆଇସିର ଇସ୍ୟୁ ପ୍ରାଇସ ୯୪୯ ଟଙ୍କା ପ୍ରତି ଶେୟାର ରୁ ୨୦ ଟଙ୍କା ପର୍ଯ୍ୟନ୍ତ ଡିସ୍କାଉଣ୍ଟରେ ରହିଛି ।
ବିଦେଶୀ ନିବେଶକଙ୍କ ବୈମାତୃକ ମନୋଭାବ:
ସୂଚନାଯୋଗ୍ୟ ଯେ ୨୦ ପ୍ରତିଶତ ଏଫଡିଆଇକୁ ମଞ୍ଜୁରୀ ଦେବା ପରେ ମଧ୍ୟ ଏଲଆଇସିର ଆଇପିଓକୁ ବିଦେଶୀ ନିବେଶକଙ୍କ ଭରପୁର ସହଯୋଗ ମିଳିନାହିଁ । ଅର୍ଥାତ୍ ଭଲ ଭ୍ୟାଲୁଏସନ ପରେ ବି ବିଦେଶୀ ଏବଂ ସଂସ୍ଥାଗତ ନିବେଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ରହିଛି ଏଲଆଇସି । ମେ ୯ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଇସ୍ୟୁ ୨.୯୫ ଗୁଣା ସବସ୍କ୍ରାଇବ୍ ହୋଇଥିଲା । ଏଥିପାଇଁ ଜାରି କରାଯାଇଥିବା ୧୬.୨ କୋଟି ଶେୟାର ତୁଳନାରେ ୪୭.୭୭ କୋଟି ଶେୟାର ପାଇଁ ନିଲାମୀ ହୋଇଥିଲା ।
ଏଭଳି କରନ୍ତୁ ଚେକ୍:
ନିଲାମ ପାଇଁ ବିଡର ଶେୟାର ଆବଣ୍ଟନ ସ୍ଥିତିକୁ ଘରେ ବସି ଅନଲାଇନ ସହଜରେ ଚେକ୍ କରପାରିବେ । ଏହି ସୁବିଧା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବିଏସଇର ଅଫିସିଆଲ ୱେବସାଇଟ bseindia.com ଦ୍ବାରା ଅତି ସହଜ ଉପାୟରେ ଆପଣ ଆବଣ୍ଟନର ସ୍ଥିତି ଯାଞ୍ଚ କରିପାରିବେ ।
– bseindia.com/investors/appli_check.aspx ରେ ଲଗଇନ କରନ୍ତୁ ।
– ନୂଆ ପେଜରେ ଏଲଆଇସି ଆଇପିଓ ର ଅପ୍ସନ ବାଛନ୍ତୁ ଏବଂ ଆଇପିଓ ନମ୍ବର ଦିଅନ୍ତୁ
– ଏହାପରେ ମଗାଯାଇଥିବା ସ୍ଥାନରେ ଆପଣଙ୍କ ପାନ୍ ଡିଟେଲ ଦିଅନ୍ତୁ ।
– ଏବେ କ୍ୟାପ୍ଚା ଫିଲଅପ୍ କରନ୍ତୁ
– ଏହାପରେ ସବମିଟ୍ ବଟନରେ କ୍ଲିକ୍ କରି ଷ୍ଟାଟସ ଜାଣିପାରିବେ ।